ଆଇବିଏସ୍ ପକ୍ଷରୁ ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ

ଆଇବିଏସ୍ ପକ୍ଷରୁ ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଇବିଏସ୍‌ ବିଜନେସ୍ ସ୍କୁଲ୍ ପକ୍ଷରୁ ‘ପ୍ରଶିକ୍ଷକ ଜ୍ଞାନ ସହଭାଗିତା କାର୍ଯ୍ୟକ୍ରମ’ ହୋଟେଲ ପ୍ରେସିଡେନ୍ସିରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ୍‌ର ପ୍ରିନ୍ସିପାଲ ଡି. ଏନ୍. ମିଶ୍ର ମୁଖ୍ୟ ଅତିଥିଭାବ‌େ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ କୋଲକାତାର ଆଇବିଏସ୍ ବିଜନେସ୍ ସ୍କୁଲର ପ୍ରଫେସର ସଂପ୍ରୀତ୍‌ ଚକ୍ରବର୍ତ୍ତୀ, କୁମାର ସାତ୍ୟକୀ ରାୟ ଯୋଗଦେଇଥିଲ‌େ।

ଏଥିସହ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟରୁ ୩୦ରୁ ଅଧିକ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗଦେଇଥିଲେ। ଭୁବନେଶ୍ବର ଆଇବିଏସ୍ ପ୍ରତିଷ୍ଠାନର ଶାଖା ପରିଚାଳକ ଚିତ୍ତରଞ୍ଜନ ମହାପାତ୍ର ଓ କଟକ ଶାଖା ପରିଚାଳଳ ଶୁଭାଶିଷ ମହାନ୍ତି ଉପସ୍ଥିତ ଥିଲେ। ଭୁବନେଶ୍ବର ଆଇବିଏସ୍ ପ୍ରତିଷ୍ଠାନର ଆସୋସିଏଟ୍ ଜେନେରାଲ ମ୍ୟାନେଜର ଆଶୁତୋଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe