ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ଆୟୋଜିତ ସ୍ନାତକୋତ୍ତର ଇଂରାଜୀ ଅଧ୍ୟାପକମାନଙ୍କର ୧୦ ଦିନିଆ ପାଠ୍ୟ ସାମଗ୍ରୀ ସମ୍ବର୍ଦ୍ଧନ ତଥା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୭ଟି ସଂଭାଗ (ପ୍ରଦେଶ)ରୁ ଆସିଥିବା ୩୫ ଜଣ ଅଧ୍ୟାପକଙ୍କୁ ଉଚ୍ଚ ମାଧ୍ୟମିକ ସ୍ତରର ପାଠ୍ୟକ୍ରମ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଥିଲା। ଉଦ୍ଯାପନୀ ଦିବସରେ ବିଶିଷ୍ଟ ସମାଜସେବୀ ତଥା ବେଦ ଗବେଷକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ମହାବୋଧି ସମାଜର ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଗୋପରଂଜନ ମିଶ୍ର, ବିଶିଷ୍ଟ ଲେଖକ ଦାଶ ବେନହୁର ଇଂରାଜୀ ଶିକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ଦିଗ ସଂପର୍କରେ ଆଲୋଚନା କରିଥିଲେ। ଶିବିରକୁ ପାଠ୍ୟକ୍ରମ ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର, ସହ ପାଠ୍ୟକ୍ରମ ନିର୍ଦ୍ଦେଶକ ଦିବାକର ଭୋଇ, ସଂସାଧକ ଜଗତକୃଷ୍ଣ ଶିଶୁ ଗୋସ୍ୱାମୀ, ସଂସାଧକ ଦଲବୀର କୌର ପ୍ରମୁଖ ପରିଚାଳନା କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଭୁବନେଶ୍ୱର ସଂଭାଗର ଉପାୟୁକ୍ତ ଏ ଭି ଏଲ୍ ଜେ ରାଓ ଅଧ୍ୟାପକମାନଙ୍କୁ ତାଲିମ ମାନପତ୍ର ପ୍ରଦାନ କରିବା ସହ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଶ୍ରୀ ରାଓ ସମସ୍ତ ଶିବିିରାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶିକ୍ଷାକ୍ଷେତ୍ର ତଥା ରାଷ୍ଟ୍ର ଗଠନରେ ବିଶେଷ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us