ଟିବି ଚମ୍ପିଆନମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିର

Advertisment
ଟିବି ଚମ୍ପିଆନମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିର

ଭୁବନେଶ୍ୱର: ରିଚ୍ ଓ କଳିଙ୍ଗ ଟିବି ସର୍ଭାଇଭରମାନଙ୍କର ନେଟୱାର୍କର ମିଳିତ ଉଦ୍ୟମରେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ରାଜ୍ୟସ୍ତରୀୟ ଦୁଇ ଦିନିଆ ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଏହି ତାଲିମ ଶିବିରରେ ରାଜ୍ୟର ଦଶଟି ଜିଲ୍ଲାରୁ ପଚିଶି ଜଣ ଟିବି ଚମ୍ପିଆନ ଉପସ୍ଥିତ ରହି ତାଲିମରେ ଅଂଶ ଗ୍ରହଣ କରିଥିଲେ। ଭୁବନେଶ୍ୱର ଜିଲ୍ଲା ପି ପି ଏମ୍ କୋର୍ଡିନେଟର ଗୁରୁ ଚରଣ ମନ୍ତ୍ରୀ ଏହି ଶିବିରରେ ଯୋଗଦାନ କରି ଜାତୀୟ ଟିବି ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହିତ ରିଚ୍ ନୂଆଦିଲ୍ଲୀର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା ପାରମିତା ବସ୍ତିଆ ଉପସ୍ଥିତ ରହି ମାନବାଧିକାର ଓ ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ରିଚ୍ ର ଜିଲ୍ଲା ଅଧିକାରୀ ଡାକ୍ତର ରୀତା ସାହୁ ପରିଚାଳନା କରିଥିଲେ ଓ ରାଜ୍ୟ ତରଫରୁ ଲଷ୍ମୀଧର ସିଂହ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe