ଜଳାଶୟ ବିକାଶ ପାଇଁ ତାଲିମ୍‌

Advertisment
ଜଳାଶୟ ବିକାଶ ପାଇଁ ତାଲିମ୍‌

ଭୁବନେଶ୍ବର: ସହରାଞ୍ଚଳରେ ଥିବା ଜଳାଶୟଗୁଡ଼ିକର ମ୍ୟାପିଂ ଓ ବିକାଶ ଉପରେ ଦୁଇଦିନିଆ ଦିନିଆ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍‌ ଆଫାୟାର୍ସ (ଏନ୍‌ଆଇୟୁଏ) ସହଯୋଗରେ ଗୃହ ଓ ନଗର ଉନ୍ନୟନ ବିଭାଗ ଉନ୍ନତି ଭବନରେ ଆୟୋଜନ କରିଥିବା ଏହି କାର୍ଯ୍ୟକ୍ରମରେ କର୍ପୋରେଟର, ୱାର୍ଡ ଅଫିସର, ଇଞ୍ଜିନିୟର୍ସ, ସିଟି ମିସନ୍ ମ୍ୟାନେଜର ଓ କମ୍ୟୁନିଟି ଅର୍ଗାନାଇଜର୍ସଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ବିଏମ୍‌ସି, କଟକ ମ୍ୟୁନିସିପାଲ କର୍ପୋରେସନ୍ (ସିଏମସି), ଖୋର୍ଦ୍ଧା ପୌରପାଳିକା, ଜଟଣୀ ପୌରପାଳିକାର ପ୍ରାୟ ୪୫ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଶେଷରେ ସେମାନେ ଭୁବନେଶ୍ବରର ତିନୋଟି ଜଳାଶୟ ପରିଦର୍ଶନ କରିଥିଲେ।

ରାଜ୍ୟର ସହରାଞ୍ଚଳରେ ଥିବା ଜଳାଶୟମାନଙ୍କର ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ପୁନରୁଦ୍ଧାର କରିବା ଓ ନିରନ୍ତର ବିକାଶ ପାଇଁ ସ୍ଥାୟୀ ଯୋଜନା ତିଆରି କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଥିଲା। ଏନ୍‌ଆଇୟୁଏ ‘ସିଟିଜ୍‌’ କାର୍ଯ୍ୟକ୍ରମ ଅଧୀନରେ ଫ୍ରେଞ୍ଚ ଡେଭ୍‌ଲପ୍‌ମେଣ୍ଟ ଏଜେନ୍ସି ଓ ୟୁରୋପୀୟ ୟୁନିଅନ୍‌ର ଆର୍ଥିକ ସହାୟତାରେ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ପୂର୍ବତନ ପିସିସିଏଫ୍ ଅଜିତ ପଟ୍ଟାନାୟକ, ମୁଖ୍ୟ ଇଞ୍ଜିନିୟର ତଥା ଅତିରିକ୍ତ ସଚିବ ଭକ୍ତକବି ଦାସ ଓ ଅନୁପ ଦାସ ଓ ଅନ୍ୟ ଜଣେ ବୈଜ୍ଞାନିକ ଏହି ତାଲିମ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe