ଭୁବନେଶ୍ୱର: ହାଇଦ୍ରାବାଦର ଆୟକର ଆୟୁକ୍ତ (ମୁକ୍ତ) ଡ. ଦୀପକ ପି. ରିପଟେ ଏବଂ ତାଙ୍କ ସହଯୋଗୀ ଭୁବନେଶ୍ୱର ଆୟକର ଅଧିକାରୀ (ମୁକ୍ତ) ବସନ୍ତ କୁମାର ସେନାପତି ସ୍ଥାନୀୟ ମଞ୍ଚେଶ୍ୱରସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ କି ପ୍ରକାର ଶିକ୍ଷା ପ୍ରଦାନ କରାଯାଉଛି, ତାହା ବୁଲି ଦେଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଆୟକର ଅଧିନିୟମ ଏବଂ ନିୟମାବଳୀ ବିଷୟରେ ସମ୍ୟକ୍ ଧାରଣା ଦିଆଯାଇଥିଲା। ଦେଶର ଉନ୍ନତି, ଭବିଷ୍ୟତ ତଥା ପ୍ରଗତିରେ ଆୟକର ବିଭାଗ, କରଦାତା ଏବଂ ଛାତ୍ରଛାତ୍ରୀମାନଙ୍କ ଅବଦାନ ଓ ନିଷ୍ଠା କିପରି ସହାୟକ ହୁଏ, ତାହା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହି ପରିଦର୍ଶନ ସମୟରେ ଅନୁଷ୍ଠାନର ଅଧ୍ୟକ୍ଷମାନେ ଅନୁଷ୍ଠାନର ପ୍ରାଧାନ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us