ପ୍ରକାଶ ପାଇଲା ସ୍ବଚ୍ଛ ସର୍ବେକ୍ଷଣ ଜାତୀୟ ରୢାଙ୍କିଙ୍ଗ୍‌: ୧୪୪ରୁ ୮୦କୁ ଉଠିଲା ବିଏମ୍‌ସି

Advertisment

ରାଜ୍ୟରେ ରାଉରକେଲା ୧ ନମ୍ବର

ରାଜ୍ୟରେ ରାଉରକେଲା ୧ ନମ୍ବର

ପ୍ରକାଶ ପାଇଲା ସ୍ବଚ୍ଛ ସର୍ବେକ୍ଷଣ ଜାତୀୟ ରୢାଙ୍କିଙ୍ଗ୍‌: ୧୪୪ରୁ ୮୦କୁ ଉଠିଲା ବିଏମ୍‌ସି

ଭୁବନେଶ୍ବର: ଆଜି ‘ସ୍ବଚ୍ଛ ସର୍ବେକ୍ଷଣ-୨୦୨୨’ ଓ ଭାରତୀୟ ସ୍ବଚ୍ଛତା ଲିଗ୍‌ ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘୋଷଣା କରିଛନ୍ତି। ଭୁବନେଶ୍ବର ସମେତ ରାଜ୍ୟର ୧୩ଟି ପୌରସଂସ୍ଥା ଏହି ଜାତୀୟ ପୁରସ୍କାର ହାତେଇବାକୁ ସକ୍ଷମ ହୋଇଛନ୍ତି। ଗତଥର ଭୁବନେଶ୍ବର ଜାତୀୟ ରୢାଙ୍କିଙ୍ଗ୍‌ ତାଲିକାରେ ୧୪୪ ନମ୍ବରରେ ଥିବା ବେଳେ ଏଥର ୬ ହଜାରରୁ ୪ ହଜାର ୩୬୩.୩୭ ନମ୍ବର ରଖି ୮୦ ନମ୍ବରକୁ ଉନ୍ନୀତ ହୋଇଛି। କ୍ୟାପିଟାଲ ସିଟିଗୁଡ଼ିକ ମଧ୍ୟରେ ‘ସିଟିଜେନ୍‌ ଫିଡ୍‌ବ୍ୟାକ୍‌’ ବିଭାଗରେ ବିଏମ୍‌ସି ସର୍ବାଧିକ ନମ୍ବର ରଖି ପୁରସ୍କୃତ ହୋଇଛି।

ସହର ମଧ୍ୟରେ ଭୁବନେଶ୍ୱର(ବିଏମ୍‌ସି), ବ୍ରହ୍ମପୁର ମ୍ୟୁନିସିପାଲ୍‌ କର୍ପୋରେସନ୍, ପୁରୀ, ପାରାଦୀପ, ବରଗଡ଼ ଓ ବାସୁଦେବପୁର ମ୍ୟୁନିସିପାଲିଟି ରହିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ତାଲିକାରେ ବେଲଗୁଣ୍ଠା, ବିଜେପୁର, ବିନିକା, ଚିକିଟି, ଜୁନାଗଡ଼ ରହିଛନ୍ତି। ୨୮ଟି ମାନଦଣ୍ଡରେ ଏମାନଙ୍କର ରୢାଙ୍କିଙ୍ଗ୍‌ କରାଯାଇଛି। ସ୍ବଚ୍ଛ ସର୍ବେକ୍ଷଣରେ ରାଉରକେଲା ୪୫ ରୢାଙ୍କ୍‌ରେ ରହି ରାଜ୍ୟରେ ୧ ନମ୍ବରରେ ରହିଥିବା ବେଳେ ପୁରୀ ୪୮ ରୢାଙ୍କ୍‌ ପାଇ ଦୁଇ ନମ୍ବରରେ ରହିଛି। ଏହା ଛଡ଼ା କଟକ ମହାନଗର ନିଗମ ଓ ପିପିଲି ଏନ୍‌ଏସି ଭାରତୀୟ ସ୍ବଚ୍ଛତା ଲିଗ୍‌ ପୁରସ୍କାର ପାଇଛନ୍ତି। ବିଏମ୍‌ସି ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଦିଲ୍ଲୀରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ପୌରସଂସ୍ଥାକୁ ଅଭିନନ୍ଦନ ଜଣାଇବା ସହ ‘ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଲକ୍ଷ୍ୟ ହାସଲ କରିବା ନେଇ ସେମାନଙ୍କୁ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଗତ ବର୍ଷ ଭୁବନେଶ୍ବରର ରୢାଙ୍କ ୧୪୪ରେ ଥିଲା। ଏଥର ରୢାଙ୍କିଙ୍ଗ୍‌ରେ ୮୦କୁ ଆସିଛି। ଏତିକିରେ ବିଏମ୍‌ସି ଖୁସି ରହିଛି। କରୋନା ଭଳି ଏକ ମହାମାରୀ ସମୟରେ ବି ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଥିବାରୁ ଏଭଳି ଉନ୍ନତି ଆସିଥିବା ଉତ୍ସାହଜନକ ବୋଲି ବିଏମ୍‌ସି କହିଛି। ତା’ ସହ ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ନାଗରିକଙ୍କୁ ଗୁରୁତ୍ବ ଦେଇଥିଲା। ଏଣୁ ସିଟିଜେନ୍‌ ଫିଡ୍‌ବ୍ୟାକ୍‌ ଆୱାର୍ଡ ବିଏମ୍‌ସି ପାଇଁ ଗୁରୂତ୍ବପୂର୍ଣ୍ଣ ବୋଲି ବିଏମ୍‌ସି କହିଛି। କିନ୍ତୁ ଏହି ପୁରସ୍କାର ୪୦ଟି ସହର ପାଇଛନ୍ତି। ମେୟର୍‌ ଶ୍ରୀମତୀ ଦାସ କହିଛନ୍ତି, ପବ୍ଲିକ୍‌ ଇଣ୍ଟରଫେସ୍‌ ଭଳି ଆମେ ସାଧାରଣ ନାଗରିକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe