ପରିବହନ କମିସନର୍‌ଙ୍କ ଚେତାବନୀ : ଅଧିକ ଭଡ଼ା ନେଲେ ପରମିଟ୍‌ ବାତିଲ୍‌

Advertisment

ରାଉରକେଲାରେ ଦୁଇଟି ବସ୍‌ ଜବତ, ଜୁଲାଇ ୧ ପରେ ବଢ଼ିନି ଭ଼ଡ଼ା

ରାଉରକେଲାରେ ଦୁଇଟି ବସ୍‌ ଜବତ, ଜୁଲାଇ ୧ ପରେ ବଢ଼ିନି ଭ଼ଡ଼ା

ପରିବହନ କମିସନର୍‌ଙ୍କ ଚେତାବନୀ : ଅଧିକ ଭଡ଼ା ନେଲେ ପରମିଟ୍‌ ବାତିଲ୍‌

YouTube

କଟକ : ବସ୍‌ ଭିତରେ ଲୁଟ୍‌ର ଶିକାର ହେଉଛନ୍ତି ଯାତ୍ରୀ। କରୋନା ପାଇଁ ବସ୍‌ ଭଡ଼ା ବୃଦ୍ଧି ପାଇଥିବା ଆଳ ଦେଖାଇ ଯାତ୍ରୀଙ୍କୁ ଲୁଟୁଛନ୍ତି ବସ୍‌ କଣ୍ଡକ୍ଟର୍‌। ଏଭଳି ଏକାଧିକ ଅଭିଯୋଗ ପରିବହନ କମିସନରଙ୍କ ନିକଟକୁ ଆସିବା ପରେ ରାଉରକେଲାରେ ଦୁଇଟି ବସ୍‌କୁ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଆଦାୟ ଅଭିଯୋଗରେ ଜବତ କରାଯାଇଛି। ଗଲା ଜୁଇାଇ ୧ ତାରିଖରେ ଯେଉଁ ବସ୍‌ ଭଡ଼ା ରାଜ୍ୟ ସରକାର ସ୍ଥିର କରିଥିଲେ, ସେଥିରେ କୌଣସି ପ୍ରକାର ପରିବର୍ତ୍ତନ ଆଜି ସୁଦ୍ଧା ହୋଇ ନଥିବା ସ୍ପଷ୍ଟ କରିଛି ପରିବହନ କମିସନଙ୍କ କାର୍ଯ୍ୟାଳୟ। ଆଜି ଏ ସ˚କ୍ରାନ୍ତରେ ଏକ ନୋଟିସ୍‌ ଜାରି ହୋଇଥିବା ବେଳେ ଅଧିକ ଭଡ଼ା ନେଲେ ବସ୍‌ର ପରମିଟ୍‌ ବାତିଲ କରାଯିବାକୁ ଚେତାବନୀ ଦିଆଯାଇଛି।

ସୂଚନା ଅନୁଯାୟୀ, କରୋନା ସମୟରେ ବସ୍‌ରେ ଯାତ୍ରୀଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଭଡ଼ା ଆଦାୟ ହେଉଥିବା ଘଟଣା ପରିବହନ କମିସନଙ୍କ ଦୃଷ୍ଟିକୁ ଆସିଛି। ରାଉରକେଲା ସମେତ ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଯାଜପୁର ରୁଟ୍‌ରେ ଚାଲୁଥିବା ବସ୍‌ ସରକାରଙ୍କ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ତେବେ ଆଜି ପରିବହନ କମିସନଙ୍କ କାର୍ଯ୍ୟାଳୟ ଭଡ଼ା ସ˚କ୍ରାନ୍ତରେ ଏକ ସ୍ପଷ୍ଟ ତଥ୍ୟ ରଖିଛି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ୨୦୨୦, ଜୁଲାଇ ୧ ତାରିଖଠାରୁ ଭଡ଼ା ସ˚କ୍ରାନ୍ତରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ଯେଉଁ ଭଡ଼ା ସ୍ଥିର ହୋଇଥିଲା, ବର୍ତ୍ତମାନ ବି ସେହି ନିର୍ଦ୍ଦେଶନାମା ବଳବତ୍ତର ରହିଛି। ରାଜ୍ୟ ସରକାର ଭଡ଼ା ବୃଦ୍ଧି କରିନାହାନ୍ତି। ସାଧାରଣ ବସ୍‌ ପାଇଁ କିଲୋମିଟର ପିଛା ୭୨ ପଇସା, ଏକ୍ସପ୍ରେସ ବସ୍‌‌ ପାଇଁ ୭୫ ପଇସା, ଡିଲକ୍ସ ବସ୍‌ ପାଇଁ ୧୦୫ ପଇସା ଏବ˚ ଏସି ଡିଲକ୍ସ ବସ୍‌ ପାଇଁ ୧୨୭ ପଇସା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅନେକ ବସ୍‌ରେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଆଦାୟ ଅଭିଯୋଗ ଆସିବା ପରେ ଘଟଣାକୁ ଗୁରୁତ୍ବର ସହିତ ନେଇଛି ପରିବହନ ବିଭାଗ।

ବସ୍‌ରେ ସାମାଜିକ ଦୂରତା ଓ ସାନିଟାଇଜେସନ୍‌ ବାବଦରେ ବସ୍‌ ଭଡ଼ା ବୃଦ୍ଧି ହୋଇଥିବା କଣ୍ଡକ୍ଟର୍‌ କହି ଯାତ୍ରୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆସିଛି। ପରିବହନ କମିସନର୍‌ ସ˚ଜୀବ ପଣ୍ଡା କହିଛନ୍ତି ଯେ ଏଭଳି ଅଧିକ ଭଡ଼ା ନେଉଥିବା ଦୁଇଟି ବସ୍‌ ରାଉରକେଲାରେ ଜବତ କରାଯାଇଛି। ଏବେ ଯେଉଁ ବସ୍‌ କର୍ମଚାରୀ ଅଧିକ ଭଡ଼ା ନେବେ, ସେମାନଙ୍କ ବସ୍‌ ଜବତ ହେବା ସହିତ ମୋଟର ଯାନ ଆଇନ ଅନୁଯାୟୀ ୧୦ ହଜାର ଟଙ୍କା ଜରିମାନା ସହ ବସ୍‌ର ପରମିଟ୍‌ ବି ବାତିଲ କରିଦିଆଯିବ। ବସ୍‌ ଯାତ୍ରା ସମୟରେ ଶୋଷଣର ଶିକାର ହେଉଥିବାର ଯାତ୍ରୀ ପରିବହନ କମିସନରଙ୍କ ଫେସବୁକ, ଟୁଇଟରରେ ଅଭିଯୋଗ କରିପାରିବେ। ନଚେତ କମିସନରଙ୍କ କାର୍ଯ୍ୟାଳୟର ଦେୟମୁକ୍ତ ନମ୍ବର ୧୮୦୦୩୪୫୧୦୭୩ରେ ମଧ୍ୟ ଅଭିଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe