‘ଏରେତ୍‌ଜ୍‌ ଇସ୍ରାଏଲ୍‌’ର ନୂଆ ସଂସ୍କରଣ ଲୋକାର୍ପିତ

‘ଏରେତ୍‌ଜ୍‌ ଇସ୍ରାଏଲ୍‌’ର ନୂଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର: ପ୍ରଫେସର ଚିତ୍ତରଂଜନ ଦାସ (ଚିତ୍ତଭାଇ)ଙ୍କର ଲୋକପ୍ରିୟ ଭ୍ରମଣ କାହାଣୀ ପୁସ୍ତକ ‘ଏରେତ୍‌ଜ୍‌ ଇସ୍ରାଏଲ୍‌ର ନୂଆ ସଂସ୍କରଣ ୨୨ ଜୁଲାଇ (ରବିବାର) ସଂଧ୍ୟାରେ ସିଆର୍‌ପି ଛକସ୍ଥ ‘‘ବ୍ଲାକ୍‌ ଇଗଲ ଇଣ୍ଟେଲେକ୍ଟ ସେଣ୍ଟର’’ ସଭାଗୃହରେ ଲୋକାର୍ପିତ ହୋଇଯାଇଛି। କମ୍ପ୍ୟୁଟର ଅକ୍ଷରରେ ପ୍ରଥମ କରି ମୁଦ୍ରଣ ଓ ପ୍ରକାଶନ କରିଛନ୍ତି ନୂଆ ପ୍ରକାଶକ ବିକେ ପବ୍ଲିକେସନ୍‌ସ୍‌। ଏହାର ଲୋକାର୍ପଣ କରିଛନ୍ତି ସୁପରିଚିତ ଇଂଲିଶ୍‌ ଫ୍ରଫେସର ଯତୀନ୍ଦ୍ର କୁମାର ନାୟକ।

ଏହି ଅବସରରେ ଶ୍ରୀ ନାୟକ କହିଲେ ଯେ ୧୯୪୮ ମସିହା ମେ ମାସରେ ମିଳିତ ଜାତିସଂଘ ପାଲେଷ୍ଟାଇନକୁ ଇହୁଦୀମାନଙ୍କର ଭୂମି ରୂପେ ଘୋଷଣା କରିବା ପରେ ଔପଚାରିକ ଭାବେ ଇସ୍ରାଏଲ୍‌ ରାଷ୍ଟ୍ର ଜନ୍ମ ନେଇଛି। ପ୍ରଫେସର ନାୟକ କହିଲେ ବହିର ଶିରୋନାମର ଅର୍ଥ ଇସ୍ରାଏଲ୍‌ ଭୂମି, ଯାହା ଈଶ୍ୱରଙ୍କର ଦାନ ବୋଲି ଦେଶବାସୀ ଗ୍ରହଣ କରିଛନ୍ତି। ଚିତ୍ତଭାଇ ପ୍ରଥମେ ଡେନ୍‌ମାର୍କରୁ ସ୍ୱଦେଶ ଫେରିବା ବାଟରେ ୧୯୫୩ ମସିହାରେ ପରିବ୍ରାଜକ ଭାବରେ ଏଠାରେ ତିନି ମାସ କଟାଇଥିଲେ। ୧୯୫୩ରେ ବେଶି ଭାଗ ମରୁଭୂମି ଥିବାବେଳେ ୧୯୯୦ ବେଳକୁ ସେସବୁ ଜନବସତିପୂର୍ଣ ହୋଇଯାଇଛି । ୩୭ ବର୍ଷର ବ୍ୟବଧାନରେ କିପରି ଇସ୍ରାଏଲ୍‌ର ରୂପାନ୍ତର ହୋଇଯାଇଛି, ତାହାର ବର୍ଣନା କରିଛନ୍ତି ଏହି ପୁସ୍ତକରେ। ଇସ୍ରାଏଲ୍‌ ସଂପର୍କରେ ଏଭଳି ସୁନ୍ଦର ଓ ସଂପୂର୍ଣ ବର୍ଣନା ଇଂଲିଶ୍‌ ସାହିତ୍ୟରେ ମଧ୍ୟ ନାହିଁ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସେବାନିବୃତ୍ତ ନିର୍ବାହୀ ନିର୍ଦେଶକ ଭାରତଭୂଷଣ ମହାନ୍ତି କହିଲେ, ‘‘ପ୍ରଥମ ଥର ଭାରତରୁ ଓ ଅନ୍ୟ ଦେଶରୁ ଆଗତ ଯେଉଁ ଇହୁଦୀମାନଙ୍କ ସହ ଚିତ୍ତଭାଇ ବନ୍ଧୁତା କରିଥିଲେ, ସେମାନଙ୍କ ସହ ତାଙ୍କର ବାର୍ତ୍ତା ବିନିମୟ ଓ ସଂପର୍କ ଲାଗି ରହିଥିଲା ଏବଂ ଦ୍ୱିତୀୟ ପରିଦର୍ଶନରେ ସେମାନଙ୍କୁ ଖୋଜି ସଂଖୁଳି କରି ଆସିଥିଲେ। ଧନ୍ୟବାଦ ପ୍ରସ୍ତାବ ଦେଇ ପ୍ରକାଶକ ବିଜୟ କୁମାର ମହାପାତ୍ର କହିଲେ ଆଉ ଦୁଇ ମାସ ମଧ୍ୟରେ ତାଙ୍କର ଅନ୍ୟତମ ଭ୍ରମଣ ସାହିତ୍ୟ ‘ଡେନ୍‌ମାର୍କ ଚିଠି’ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe