Tree plantation: ବୃକ୍ଷରୋପଣ ନାଁରେ ଚଳୁ କରିଦେଲେ: ବାଡ଼ା ଅଛି, ଗଛ ନାହିଁ

Advertisment

ରାଜଧାନୀ ଭୁବନେଶ୍ବର ହେବ ସବୁଜ ସହର। ଗଠନ ହେବ ପ୍ରଦୂଷଣମୁକ୍ତ ପରିବେଶ। ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ସାରା ରାଜ୍ୟ ତଥା ଦେଶରେ ରାଜଧାନୀ ଭୁବନେଶ୍ବରକୁ ଆଦର୍ଶ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜଧାନୀ ଭୁବନେଶ୍ବର ହେବ ସବୁଜ ସହର। ଗଠନ ହେବ ପ୍ରଦୂଷଣମୁକ୍ତ ପରିବେଶ। ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ସାରା ରାଜ୍ୟ ତଥା ଦେଶରେ ରାଜଧାନୀ ଭୁବନେଶ୍ବରକୁ ଆଦର୍ଶ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି।

fhsfhhfsxbvb

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ସବୁଜ ସହର। ଗଠନ ହେବ ପ୍ରଦୂଷଣମୁକ୍ତ ପରିବେଶ। ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ସାରା ରାଜ୍ୟ ତଥା ଦେଶରେ ରାଜଧାନୀ ଭୁବନେଶ୍ବରକୁ ଆଦର୍ଶ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଅସଲ ଚିତ୍ର ଅଲଗା। ବୃକ୍ଷରୋପଣ ଅଭିଯାନରେ କେତେ ଗଛ ଲାଗୁଛି ଏବଂ ସେଥିରୁ କେତେ ଗଛ ବଞ୍ଚୁଛି ଓ ମରୁଛି, ତାର ହିସାବ ହେଉନି। କେବଳ ବୃକ୍ଷରୋପଣ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ଓ ପ୍ରତି ୱାର୍ଡକୁ ଟଙ୍କା ବଣ୍ଟା ଚାଲିଛି। ପରିଣାମ ସ୍ବରୂପ ଯେଉଁଠି ଗଛ ଲାଗୁଛି, ୧୫ ଦିନ ପରେ ସେଠାରେ କେବଳ ବାଡ଼ା ଠିଆ ହେଉଛି, କିନ୍ତୁ ଗଛ ନାଁ ଗନ୍ଧ ନାହିଁ। ଦୟା ୱେଷ୍ଟ କେନାଲ୍ ଦୁଇପାର୍ଶ୍ବ, କୁଆଖାଇ ନଦୀ ପଠା, ପୁରୀ ବାଇପାସ୍ ରାସ୍ତା ଦୁଇପାର୍ଶ୍ବ ଆଦି ଏହାର ଜ୍ବଳନ୍ତ ଉଦାହରଣ। ଏଠି ବାଡ଼ା ଅଛି, କିନ୍ତୁ ଗଛର ନାଁ ଗନ୍ଧ ନାହିଁ। ଯେଉଁଠି ରାଜଧାନୀର ଏଭଳି ଚିତ୍ର, ସେଠି ଜିଲ୍ଲାସ୍ତରରେ ସ୍ଥିତି କ’ଣ, ସହଜେ ଅନୁମେୟ।

Rahul-Priyanka: ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ଫାଟ: ବିଜେପି

ରାଜଧାନୀ ଭୁବନେଶ୍ବରରେ ନିୟମିତ ବ୍ୟବଧାନରେ ବୃକ୍ଷରୋପଣ ପାଇଁ ବିଏମ୍‌ସି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କେଉଁଠି ମିଆଁୱାକି ପଦ୍ଧତି(ଅଳ୍ପଦିନରେ ଘଞ୍ଚ ଜଙ୍ଗଲିଆ ହେଉଥିବା)ରେ ଗଛ ଲଗାଯାଉଛି ତ କେଉଁଠି ଅନ୍ୟ ଗଛ ଲଗାଯାଉଛି। ଏହି ଗଛ ପାଇଁ ଗାତ ଖୋଳା, ଗଛ କିଣା, ଗଛ ବାଡ଼ା ଲଗାଇବା ଓ ରକ୍ଷଣାବେକ୍ଷଣରେ ଟଙ୍କା ଖର୍ଚ୍ଚ କରାଯାଉଛି। ବୃକ୍ଷରୋପଣ ପରେ ଗଛକୁ ଗାଈଗୋରୁଙ୍କଠାରୁ ସୁରକ୍ଷା ଦେବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ହଜାର ଗଛ ବାଡ଼ା(ଟ୍ରି ଗାର୍ଡ) କିଣିବାକୁ ନିଷ୍ପତ୍ତି ନେଇଛି ଓ ଏ ବାବଦରେ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ବି ପ୍ରାୟ ୩ କୋଟି ଖର୍ଚ୍ଚ ସରିଲାଣି। ସେପଟେ ବୃକ୍ଷରୋପଣ ଖର୍ଚ୍ଚ ଦେଖିଲେ, କେଉଁ ମାସରେ ୧୦ଲକ୍ଷ ତ’ କେଉଁ ମାସରେ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଶେଷଥର ଗତ ସେପ୍ଟେମ୍ବର ମାସରେ ବିଏମ୍‌ସି ବୃକ୍ଷରୋପଣରେ ୧୨ଲକ୍ଷ ୨ହଜାର ୮୫୯ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ଏହି ଟଙ୍କା ଯେ କେବଳ ବାଟମାରଣା ପାଇଁ, ସ୍ଥିତି ପରଖିଲେ ଜଳଜଳ ଦିଶୁଛି। ଦୟା ୱେଷ୍ଟ କେନାଲ୍ ଦୁଇପାର୍ଶ୍ବରେ ବିଏମ୍‌ସି ଶହଶହ ଗଛ ଲଗାଇଥିଲା। ଏଥିରୁ ଅଧା ବଞ୍ଚିଥିବାବେଳେ ଅଧା ମରିଗଲାଣି। ଯେଉଁ ଗଛଗୁଡ଼ିକ ବଞ୍ଚିଛି, ସେଥିରେ ପାଣି ଦିଆଯାଉନଥିବାରୁ ମରିବାକୁ ବସିଲାଣି। ବାକି ଯେଉଁଠି ଗଛ ମରିଗଲାଣି, ସେଠାରେ କେବଳ ଗଛ ବାଡ଼ା ବିଏମ୍‌ସିର ‘ସବୁଜ ସହର’ ସୂଚନା ଫଳକ ସହ ଠିଆ ହୋଇଛି। ଚଳିତବର୍ଷ ବିଏମ୍‌ସି କୁଆଖାଇ ନଦୀପଠାରେ ସର୍ବାଧିକ ଗଛ ଲଗାଇଥିଲା।

pollution: ପ୍ରଦୂଷଣରେ ଅଣନିଃଶ୍ବାସୀ: ସହରୀ ଜନତା ଏବେ ପାହାଡ଼ମୁହାଁ

ଏଠାରେ କିନ୍ତୁ ଗୋଟିଏ ବି ଗଛ ନାହିଁ। କେବଳ ବାଡ଼ା ଠିଆ ହୋଇଛି। ରାଜପଥଠାରୁ ନହରକଣ୍ଟା ପାର୍ଶ୍ବକୁ ଲମ୍ବିଥିବା ନଦୀପଠା କଡ଼େ କଡ଼େ ଏହାର ବିକଳ ଚିତ୍ର ଜଳଜଳ ଦିଶୁଛି। ଲିଙ୍ଗିପୁର ପର୍ଯ୍ୟନ୍ତ ଲମ୍ବିଥିବା ପୁରୀ ବାଇପାସ ରାସ୍ତା, ପୁରୀ କେନାଲ୍ ରୋଡ୍, ଦୟା ନଦୀ ପଠାର ଦୃଶ୍ୟ ବି ସମାନ। ଏଠି ଗଛ ଓ ବାଡ଼ା ଲଗାଇ ଦିଆଯାଉଛି ସତ, କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଗଛ ସବୁ ଠିଆ ଠିଆ ଜଳିଯାଉଛି। ଗଛ ରକ୍ଷଣାବେକ୍ଷଣ ବାବଦରେ ବିଏମ୍‌ସି କଡ଼ାଗଣ୍ଡା କରି ଟଙ୍କା ଗଣୁଥିଲେ ବି ଏହା ବାଟମାରଣା ହୋଇଯାଉଛି। ଅନେକ ସ୍ଥାନରେ ଗଛ ବାଡ଼ା ସବୁ ବିକ୍ଷିପ୍ତ ଅବସ୍ଥାରେ ଫିଙ୍ଗି ଦିଆଯାଇଛି। ସେପଟେ ଗଛ ଲଗାଇବାର ଦୂରତା ନିୟମକୁ ବି ଦଳି ଦିଆଯାଇଛି। ପ୍ରତି ୧୦/ ୧୫ ଫୁଟ ବ୍ୟବଧାନରେ ଗଛ ଲଗାଇବା କଥା। କିନ୍ତୁ ସବୁଠି ପାଖକୁ ପାଖ ଗଛ ଲଗାଯାଇଛି। ବିଏମ୍‌ସି ଡେପୁଟି କମିସନର୍(ପରିବେଶ) କାଜଲ ପ୍ରଧାନ କହିଛନ୍ତି ଯେ କେଉଁଠି ଏଭଳି ହୋଇଛି, ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe