ସହରରେ ତିଆରି ଚାଲିଛି ଆଦିବାସୀ ଗାଁ: ପଡ଼ିଲାଣି ଛପର, ଖୋଳା ହେଲାଣି କୃତ୍ରିମ ପୋଖରୀ

Advertisment

ସହର ଭିତରେ ଝାଡ଼ି ମାଟି ଘର ବସିଲାଣି। ମାଟି ଘର ଉପରେ ଖପର ଓ ନଡ଼ାର ଛପର ପଡ଼ିଲାଣି। ସୁନ୍ଦର ଚିତ୍ରରେ କାନ୍ଥ ଝଲମଲ କରୁଛି। ପୁଣି କୃତ୍ରିମ ପୋଖରୀ ପାଇଁ ଗାତ ଖୋଳା ହେଲାଣି। ଘର ପଛ ପଟେ କୃତ୍ରିମ ପର୍ବତ ମଧ୍ୟ ସୃଷ୍ଟି ହୋଇଗଲାଣି।

ସହର ଭିତରେ ଝାଡ଼ି ମାଟି ଘର ବସିଲାଣି। ମାଟି ଘର ଉପରେ ଖପର ଓ ନଡ଼ାର ଛପର ପଡ଼ିଲାଣି। ସୁନ୍ଦର ଚିତ୍ରରେ କାନ୍ଥ ଝଲମଲ କରୁଛି। ପୁଣି କୃତ୍ରିମ ପୋଖରୀ ପାଇଁ ଗାତ ଖୋଳା ହେଲାଣି। ଘର ପଛ ପଟେ କୃତ୍ରିମ ପର୍ବତ ମଧ୍ୟ ସୃଷ୍ଟି ହୋଇଗଲାଣି।

dggddgdg

ଭୁବନେଶ୍ୱର: ସହର ଭିତରେ ଝାଡ଼ି ମାଟି ଘର ବସିଲାଣି। ମାଟି ଘର ଉପରେ ଖପର ଓ ନଡ଼ାର ଛପର ପଡ଼ିଲାଣି। ସୁନ୍ଦର ଚିତ୍ରରେ କାନ୍ଥ ଝଲମଲ କରୁଛି। ପୁଣି କୃତ୍ରିମ ପୋଖରୀ ପାଇଁ ଗାତ ଖୋଳା ହେଲାଣି। ଘର ପଛ ପଟେ କୃତ୍ରିମ ପର୍ବତ ମଧ୍ୟ ସୃଷ୍ଟି ହୋଇଗଲାଣି। କେବଳ ସେତିକି ନୁହେଁ ଘର ପଛପଟୁ ବଣୁଆ ଜନ୍ତୁ ଆସିଲେ ପରିବାର ଓ କ୍ଷେତକୁ ବଞ୍ଚାଇବା ପାଇଁ ବତୀଘର ମଧ୍ୟ ତିଆରି ହେଇଛି। ଆସନ୍ତା ୫ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବାକୁ ଆଦିବାସୀ ମେଳା ପାଇଁ ପ୍ରଦର୍ଶନୀ ପଡ଼ିଆରେ ଏଭଳି ଆକର୍ଷଣୀୟ ପ୍ରସ୍ତୁତି ଦେଖିବାକୁ ମିଳିଛି। ଇଏ ତ ଗଲା ଭିତର କଥା ବାହାରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ରାମ ମନ୍ଦିରରୁ ହାଉସିଂ ବୋର୍ଡ ଛକ ନବ ବଧୂ ଭଳି ସଜେଇ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ସୁନ୍ଦର ଆଲୋକମାଳା ସହିତ କାନ୍ଥରେ ସୁନ୍ଦର ଚିତ୍ର ଅଙ୍କା ଯାଉଛି। ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷର ଆଦିବାସୀ ମେଳାକୁ ସ୍ବତନ୍ତ୍ର ଭାବରେ ଆୟୋଜନ କରାଯାଉଛି। ଏହି ମେଳା ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। 

ପଡ଼ିଲାଣି ଛପର, ଖୋଳା ହେଲାଣି କୃତ୍ରିମ ପୋଖରୀ
ନିର୍ମାଣ ହେଉଛି ୨୦ କୁଟୀର, ହସ୍ତଶିଳ୍ପ ପାଇଁ ୪୦ ଷ୍ଟଲ୍‌
ଡ୍ରୋନ୍ ଓ ଲେଜର୍ ସୋ’ରେ ଆଦିବାସୀ ପରମ୍ପରା ଓ ସ୍ବାଧୀନତା ସଂଗ୍ରାମର ଝଲକ୍

ଚଳିତ ବର୍ଷର ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ। ଏଥିସହିତ ୨୦ ଟି ଆଦିବାସୀ କୁଟୀର ନିର୍ମାଣ କରାଯାଉଥିବା ବେଳେ ୧୪୭ ଟି’ ଷ୍ଟଲ୍‌ରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ। କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ୍ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ଟି ଷ୍ଟଲ୍‌ରେ ଲାଇଭ୍ ଡେମନଷ୍ଟ୍ରେସନର ସୁବିଧା ରହିବ। ଏଥିସହ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନର ୫ଟି ଗ୍ୟାଲେରିରେ ବିର୍ସା ମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରି, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ପ୍ରତି ସନ୍ଧ୍ୟାରେ ଆଦିବାସୀ ନୃତ୍ୟସଙ୍ଗୀତ ପରିବେଷଣ କରାଯିବା ସହ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ସୋ’, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ସୋ’, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେସିତ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’, ଫ୍ୟାସନ୍ ଓ ଫାୟାର୍ ୱାର୍କ ସୋ’ ର ମଧ୍ୟ ଆୟୋଜନ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe