ଟ୍ରିବ୍ୟୁନାଲ୍‌ ଉଚ୍ଛେଦ ମାମଲା : ରେକର୍ଡ ସ୍ଥାନାନ୍ତର କଲେ ଶବ ପାର୍‌ ହେବାକୁ ପଡ଼ିବ

ଟ୍ରିବ୍ୟୁନାଲ୍‌ ଉଚ୍ଛେଦ ମାମଲା : ରେକର୍ଡ ସ୍ଥାନାନ୍ତର କଲେ ଶବ ପାର୍‌ ହେବାକୁ ପଡ଼ିବ

Sambad English

ପୁରୁଣା ଭୁବନେଶ୍ବର : ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ) ଉଚ୍ଛେଦ ମାମଲା ଏବେ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ବିଚାରାଧୀନ ରହିଛି। ଗତ ମାର୍ଚ୍ଚ ୩ ତାରିଖରେ ଶୁଣାଣି ସରିଛି ଓ ରାୟ ସଂରକ୍ଷିତ ରହିଛି। ତେଣୁ କୌଣସି ମୂହୁର୍ତ୍ତରେ ରାୟ ପ୍ରକାଶ ପାଇପାରେ। ମାତ୍ର ସରକାର ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅପେକ୍ଷା ନକରି ଏବେଠାରୁ କଟକକୁ ଟ୍ରିବ୍ୟୁନାଲ୍‌ର ସମସ୍ତ ରେକର୍ଡ ସ୍ଥାନାନ୍ତର କରିବାକୁ ବସିଛନ୍ତି। ଏହାକୁ ବିରୋଧ କରିଛି ଟ୍ରିବ୍ୟୁନାଲ ଓକିଲ ସଂଘ।

ହାଇକୋର୍ଟଙ୍କ ରାୟ ପୂର୍ବରୁ କେସ୍‌ ରେକର୍ଡ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଗଲେ, ଦୃଢ଼ ଜବାବ୍ ଦେବା ପାଇଁ ସଂଘ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଅଛି। ଆବଶ୍ୟକ ପଡ଼ିଲେ ରେକର୍ଡ ସ୍ଥାନାନ୍ତର ପାଇଁ ସରକାରଙ୍କୁ ସେମାନଙ୍କ ଶବ ପାର୍‌ ହେବାକୁ ପଡ଼ିବ ବୋଲି ସଂଘର ସଭାପତି ସୁଧୀର ଚରଣ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିପାଇଁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସମ୍ମିଳନୀରେ ଆଇନଜୀବୀ ନିରୋଜ କୁମାର ମହାପାତ୍ର, ରବି ଶଙ୍କର ପଟ୍ଟନାୟକ, ଅନନ୍ତ ଆଚାର୍ଯ୍ୟ, କୁଳଦାନନ୍ଦ ଦାସ, ସୂର୍ଯ୍ୟନାରାୟଣ ଦାସ, ସୁଧାଂଶୁ ଶେଖର ପ୍ରତାପ ଓ କବିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe