ଭୁବନେଶ୍ୱର : ସ୍ୱର୍ଗତ କୁଲ୍ଦୀପ ନାୟାର କେବଳ ଜଣେ ସାମ୍ବାଦିକ ନ ଥିଲେ। ଧର୍ମନିରପେକ୍ଷ ରାଜନୀତି, ମାନବାଧିକାରର ସୁରକ୍ଷା ଦିଗରେ ଜୀବନବ୍ୟାପୀ କାର୍ଯ୍ୟ କରି ଆସୁଥିଲେ। ଯେତେବେଳେ ଦେଶର ଗଣତନ୍ତ୍ର ବିପଦରେ ପଡ଼ିଛି ସେ ସମୟରେ ସ୍ୱର୍ଗତ ନାୟାର ସ୍ୱର ଉତ୍ତୋଳନ କରିଛନ୍ତି। ଜରୁରୀ ପରିସ୍ଥିତିରେ ଗଣମାଧ୍ୟମର ସୁରକ୍ଷା ପାଇଁ ଜେଲ୍ ଯାଇଛନ୍ତି। ଲୋକମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ ବିଭିନ୍ନ ସଂଗଠନ ସହିତ ଜଡ଼ିତ ରହିଥିଲେ। ତାଙ୍କର ଏକ ଘଟଣାବହୁଳ ଜୀବନ ଥିଲା। ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ମଧ୍ୟ ସେ ଯଥେଷ୍ଟ ଉଦ୍ୟମ କରିଥିଲେ। ଭାରତରେ ଧର୍ମ ନିରପେକ୍ଷତା ସହିତ ଗଣତନ୍ତ୍ରତର ସୁରକ୍ଷା ଓ ମାନବାଧିକାରର ସୁରକ୍ଷା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ବିଶିଷ୍ଟ ସାମ୍ବାଦିକ ତଥା ଲେଖକ କୁଲ୍ଦୀପ ନାୟାରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଏପରି ମତ ପ୍ରକାଶ ପାଇଛି। ଲୋହିଆ ଏକାଡେମି, ଶାନ୍ତି ଓ ଗଣତନ୍ତ୍ର ପାଇଁ ପାକିସ୍ତାନ-ଭାରତ ଜନମଞ୍ଚ ଏବଂ ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତିକ ଅଧ୍ୟୟନ ବିକାଶ କେନ୍ଦ୍ରର ମିଳିତ ସହଯୋଗରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଆଶା ହଂସ, ଲୋହିଆ ଏକାଡେମିର ସମ୍ପାଦକ ଦେବ ପ୍ରସାଦ ରାୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଓ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇ ବକ୍ତବ୍ୟ ରଖିଥିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us