ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି: ୧୦୦ ବର୍ଷ ପରର ଭାରତ କଥା ଚିନ୍ତା କରୁଥିଲେ ରାଜୀବ ଗାନ୍ଧୀ

Advertisment
ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି: ୧୦୦ ବର୍ଷ ପରର ଭାରତ କଥା ଚିନ୍ତା କରୁଥିଲେ ରାଜୀବ ଗାନ୍ଧୀ

ଭୁବନେଶ୍ବର: ରାଜୀବ ଗାନ୍ଧୀ ଛାତ୍ର ଫୋରମ୍‌ ଓ ରାଜୀବ ଗାନ୍ଧୀ ଷ୍ଟଡ଼ି ସର୍କଲ ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ମହାପ୍ରୟାଣ ଦିବସ, ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରଷ୍କାର ଉତ୍ସବ ଓ ଏକ ବକ୍ତୃତାମାଳା ‘ରାଷ୍ଟ୍ରଗଠନ ଓ ଗଣତନ୍ତ୍ରକୁ ରାଜୀବ ଗାନ୍ଧୀଙ୍କ ଅବଦାନ’ ଅନୁଷ୍ଠିତ ହୋଇଯାଇଛି।

ଫୋରମ୍‌ର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ରାଷ୍ଟ୍ରୀୟ ପ୍ରବକ୍ତା ପବନ ଖେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ଗରିବୀ ଦେଶର ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ ତାହାର ନିରାକରଣ ପାଇଁ ରାଜୀବ ଗାନ୍ଧୀ ସର୍ବଦା ଚେଷ୍ଟା କରି ଆସୁଥିଲେ। ମୁଖ୍ୟ ଅତିଥି ରାଜସ୍ଥାନ ସାଂସଦ ନିରଜ ଡାଙ୍ଗି କହିଲେ, ଭାରତର ସ୍ବାଭିମାନ ଓ ଅଖଣ୍ଡତା ପାଇଁ ରାଜୀବ ଗାନ୍ଧୀ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଉଦ୍‌ଘାଟକ ଭାବେ ଯୋଗଦେଇ ରାଜୀବ ଗାନ୍ଧୀ ବିଶ୍ବାସ କରୁଥିବା ଶାନ୍ତି, ଅହିଂସା ଓ ସତ୍ୟ ପ୍ରତି ଯୁବପିଢ଼ି ଅନୁପ୍ରାଣୀତ ହେଲେ ମେରା ଭାରତ ମହାନ ହୋଇପାରିବ ବୋଲି କହିଥିଲେ।

ଏଆଇସିସିର ସଂପାଦକ ଓଡ଼ିଶା ପ୍ରଭାରି ଜି. ରୁଦ୍ରରାଜୁ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ସାମ୍ବାଦିକ ପବିତ୍ର ମୋହନ ସାମନ୍ତରାୟ, ଏଆଇସିସିର ନିର୍ବାଚନ ପରିଚାନଳା ସଦସ୍ୟ ଅମିତାଭ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ କହିଥିଲେ ଯେ ରାଜୀବ ଗାନ୍ଧୀ ୧୦୦ ବର୍ଷ ପରର ଭାରତବର୍ଷ ସଂପର୍କରେ ଚିନ୍ତା କରୁଥିଲେ, ସ୍ବପ୍ନ ଦେଖୁଥିଲେ ଓ କାର୍ଯ୍ୟ କରୁଥିଲେ।

ଫୋରମ୍‌ର ସାଧାରଣ ସଂପାଦକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ୮୫ଜଣଙ୍କୁ ସମ୍ମାନଜନକ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟବ୍ରତ ନାୟକ, ସଂଜୀବ ମହାନ୍ତି, ସାଗର ପରିଡ଼ା, ମିର୍‌ ଅବୁବେକର୍‌ ସିଦ୍ଦିକି, ମୋହନ ନନ୍ଦ, ସୁଶାନ୍ତ ବେହେରା ପ୍ରମୁଖ ରାଜ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe