ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି: ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ

Advertisment
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି: ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ

The Indian Express

ଭୁବନେଶ୍ବର: ପ୍ରବୀଣ ଜନନାୟକ, ସାହିତ୍ୟିକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ମ ଶ୍ରାଦ୍ଧ ଦିବସ ଅବସରରେ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି କମିଟି ତରଫରୁ ସତ୍ୟନଗରସ୍ଥିତ ହୋଟେଲ ପାର୍କ ପ୍ରିମିୟମଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ଉତ୍ସବରେ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ବିଶ୍ବଜିତ୍‌ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ବଟକୃଷ୍ଣ ପଣ୍ଡା, ସହ ସମ୍ପାଦକ ଗଦାଧର ପ୍ରସାଦ ରଥ, ବରିଷ୍ଠ ସଭ୍ୟ ନିରଞ୍ଜନ ସାହୁ, ଏ. ଗୋବିନ୍ଦ ବିଶ୍ବାଳ, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ସ୍ବର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏଥିସହ ସ୍ବର୍ଗତ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଆମାୟିକ ବ୍ୟବହାର ତଥା ସମାଜର ବିଭିନ୍ନ ଉଲ୍ଲେଖନୀୟ ଦିଗ ପ୍ରତି ତାଙ୍କ ସମର୍ପିତ ବ୍ୟକ୍ତିତ୍ବ ଉପରେ ଆଲୋଚନା କରି ସ୍ବର୍ଗତ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe