ଜୟନ୍ତୀରେ ଲୋକନାୟକଙ୍କୁ ଶ୍ରଦ୍ଧାଞ୍ଜଳି: ଜୟପ୍ରକାଶଙ୍କ ନୀତି, ଆଦର୍ଶ ଓ ସଂଘର୍ଷ ଯୁ‌ଗେଯୁଗେ ଯୁବ‌ଗୋଷ୍ଠୀଙ୍କୁ ଉଦ୍‌ବୁଦ୍ଧ କରିବ

Advertisment

ଗଣତନ୍ତ୍ର ସୁରକ୍ଷା ପାଇଁ ଗଣମାଧ୍ୟମ ନିର‌ପେକ୍ଷତା ଅବଲମ୍ବନ କରୁ

ଗଣତନ୍ତ୍ର ସୁରକ୍ଷା ପାଇଁ ଗଣମାଧ୍ୟମ ନିର‌ପେକ୍ଷତା ଅବଲମ୍ବନ କରୁ

ଜୟନ୍ତୀରେ ଲୋକନାୟକଙ୍କୁ ଶ୍ରଦ୍ଧାଞ୍ଜଳି: ଜୟପ୍ରକାଶଙ୍କ ନୀତି, ଆଦର୍ଶ ଓ ସଂଘର୍ଷ ଯୁ‌ଗେଯୁଗେ ଯୁବ‌ଗୋଷ୍ଠୀଙ୍କୁ ଉଦ୍‌ବୁଦ୍ଧ କରିବ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୧୯ତମ ଜୟନ୍ତୀ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟ ପ୍ରତିମୂର୍ତ୍ତିଠାରେ ପାଳିତ ହୋଇଯାଇଛି। ବିଭାଗୀୟ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଦେଶର ଶ୍ରମିକ, କୃଷକ ଓ ଅସହାୟ ଜନତାଙ୍କ ଆର୍ଥିକ ଉନ୍ନତି ନିମନ୍ତେ ସେ ନିରନ୍ତର ଉଦ୍ୟମ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଭାରତବର୍ଷରେ ଅଣକଂଗ୍ରେସ ଶକ୍ତିକୁ ଏକତ୍ରିତ କରି ଜନତା ପାର୍ଟି ଗଠନ କରି ୧୯୭୭ ମସିହାରେ ସେ ପ୍ରଥମ ଅଣକଂଗ୍ରେସ ସରକାର ଗଠନ କରିଥିଲେ। ତାଙ୍କର ନୀତି, ଆଦର୍ଶ ଓ ସଂଘର୍ଷମୟ ଜୀବନ ଯୁଗେଯୁଗେ ଯୁବ ଛାତ୍ରମାନଙ୍କୁ ଉଦ୍‌ବୁଦ୍ଧ କରିବ ବୋଲି ମତପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ନିଶାମୁକ୍ତି ଅଭିଯାନର ଅଧ୍ୟକ୍ଷ ପଦ୍ମଚରଣ ନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ବିଭାଗର ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ ଦାସ, ଅଧ୍ୟାପକ ରମେଶ ପାତାଳସିଂହ, ଜୟପ୍ରକାଶ ଫାଉଣ୍ଡେସନ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାନ୍ତି, ଶ୍ରମିକ ନେତା ପଞ୍ଚାନନ ସେନାପତି, ଦେବପ୍ରସାଦ ରାୟ, ପୀତାମ୍ବର ମହାପାତ୍ର, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଅରୁଣ ସ୍ୱାଇଁ, ଇଂ. ଲଳିତ ମୋହନ ପଟ୍ଟନାୟକ, ପ୍ରଭାସ ସାମନ୍ତରାୟ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ସତ୍ୟ ଜେନା, ବାବା ପଞ୍ଚଦେବ, ସମାଜବାଦୀ ପାର୍ଟି ତରଫରୁ ସୁଦର୍ଶନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନେ ଜୟପ୍ରକାଶ ନାରାୟଣଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କୁ ଚଳିତବର୍ଷର ଲୋକନାୟକ ଜୟପ୍ରକାଶ ନାରାୟଣ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ରୁଦ୍ର ପ୍ରସାଦ ବେହେରା ଧନ୍ୟବାଦ ଦେଇଥିଲେ।

ଭୁବନେଶ୍ବର: ସ୍ବାଧୀନତା ପରେ ଦେଶର ସର୍ବବୃହତ୍‌ ଆନ୍ଦୋଳନର ସ୍ରଷ୍ଟା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଉପଲକ୍ଷେ ଆଜି ‘ଗଣତନ୍ତ୍ର ଓ ଗଣମାଧ୍ୟମ’ ଶୀର୍ଷକ ଏକ ଆଲୋଚନାଚକ୍ର ଲୋହିଆ ଏକାଡେମି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ ପ୍ରତିଷ୍ଠାନ, ଜୟପ୍ରକାଶ ଫାଉଣ୍ଡେସନ୍‌ ଓ ଲୋହିଆ ଏକାଡେମିର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ସଭାପତିତ୍ବ କରିଥିଲେ। ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ସହ ନୂତନ ଭାରତର ପରିକଳ୍ପନାରେ ଜୟପ୍ରକାଶଙ୍କ ତ୍ୟାଗ ଓ ସେବା ପାଇଁ ସେ ଦେଶର ଜଣେ ବିରଳ ନେତା ଥିଲେ ବୋଲି ଅତିଥିମାନେ କହିଥିଲେ। ଗଣତନ୍ତ୍ର ସୁରକ୍ଷା ପାଇଁ ଗଣଚେତନା ସହ ଗଣମାଧ୍ୟମ ନିରପେକ୍ଷତା ଅବଲମ୍ବନ କରିବା ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ।

ମୁଖ୍ୟବକ୍ତା ଭାବେ ପ୍ରେସ୍‌ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଦେବପ୍ରସାଦ ପୃଷ୍ଟି, ସୁଜ୍ଞାନ ଚୌଧୁରୀ, ଲୋହିଆ ଏକାଡେମିର ସମ୍ପାଦକ ଦେବପ୍ରସାଦ ରାୟ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ଜୟପ୍ରକାଶ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାନ୍ତି, ସମ୍ପାଦକ ପଞ୍ଚାନନ ସେନାପତି, ଉପସଭାପତି ପ୍ରଭାସ ସାମନ୍ତରାୟ, ଜାତୀୟ ମାନବାଧିକାର କମିସନର କୋର ସଦସ୍ୟ ମନୋଜ ଜେନା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସମାଜବାଦୀ ପାର୍ଟିର ସମ୍ପାଦକ ସୁଦର୍ଶନ ପ୍ରଧାନ, ଜନଅଧିକାର ପାର୍ଟିର ଦେବାଶିଷ ମିଶ୍ର, ନିଶାମୁକ୍ତ ଅଭିଯାନର ଆବାହକ ପଦ୍ମଚରଣ ନାୟକ, ଓଡ଼ିଶା ନାଗରିକ ସମାଜ ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ, ଆଇନଜୀବୀ ବିନୋଦ ସାହୁ, ଅଭିଭାବକ ମହାସଂଘ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ, ସମତା କ୍ରାନ୍ତି ଦଳର ଯୁବ ସଭାପତି ସାରଦା ପ୍ରସନ୍ନ ସ୍ୱାଇଁ, ଏକତା ପରିଷଦର ପ୍ରଭାସିନୀ ରାଉତ, ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ଜୟପ୍ରକାଶଙ୍କ ଜୀବନୀ, ଦର୍ଶନ ଓ ସାମ୍ପ୍ରତିକ ପରିସ୍ଥିତିରେ ତା’ର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe