ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

Advertisment
ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ‘ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଓ ଭୁବନେଶ୍ବର ଶାଖା’ ପକ୍ଷରୁ ରାଜଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି। ମଧୁବାବୁଙ୍କୁ ମର‌ଣୋତ୍ତର ଭାରତ ରତ୍ନ ପ୍ରଦାନ, ସଂସଦ ଭବନରେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଉତ୍କଳ ଗୌରବ ନାମରେ ବମ୍ବେ, ଦିଲ୍ଲୀକୁ ଯାଉଥିବା ଟ୍ରେନ୍‌ର ନାମକରଣ, ଗୋରାକବରକୁ ସୌନ୍ଦର୍ଯ୍ୟୀକରଣ ଓ ଇଦ୍‌ଗା ପଡ଼ିଆର ପୁନରୁଦ୍ଧାର ଆଦି ଦାବି କରାଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର ଅଦ୍ବୈତ କୁମାର ପାତ୍ର, ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉଷାରାଣୀ ମହାନ୍ତି, ରବୀନ୍ଦ୍ର ମିଶ୍ର, କମାଣ୍ଡର ନନ୍ଦ କିଶୋର ସାମଲ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe