ପଣ୍ଡିତ ଦାମୋଦର ହୋତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି

Advertisment
ପଣ୍ଡିତ ଦାମୋଦର ହୋତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ଶେଷ ଦର୍ଶନ କରିଛନ୍ତି। ସ୍ବର୍ଗତ ହୋତାଙ୍କ ପାର୍ଥିବ ଶରୀର ମହାବିଦ୍ୟାଳୟ ପରିସରରେ ସକାଳ ୧୧ଟା ୧୦ରେ ପହଞ୍ଚିଥିଲା। ଶ୍ରୀ ହୋତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ଯୁଗ୍ମ ସଚିବ ସୁବୋଧ ଆଚାର୍ଯ୍ୟ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା, ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ଚିତ୍ତ ପାଣି, ଦେବେନ୍ଦ୍ର ନାରାୟଣ ଶତପଥୀ ଓ ଚନ୍ଦନ ଜେନା ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାମଧୂନ୍ ଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ବର୍ଗତ ହୋତା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ପୂର୍ବରୁ କାର୍ଯ୍ୟ କରିସାରିଛନ୍ତି। ତାଙ୍କର ବିୟୋଗରେ ରାଜ୍ୟର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe