ଜୟନ୍ତୀରେ ପଣ୍ଡିତ ନୀଳକଣ୍ଠଙ୍କୁ ଶ୍ରଦ୍ଧାଞ୍ଜଳି

ଜୟନ୍ତୀରେ ପଣ୍ଡିତ ନୀଳକଣ୍ଠଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ପୂର୍ବତନ ସଭାପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଆଜି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କାର୍ଯ୍ୟକ୍ରମରେ ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିଲେ।

ସେ ପଣ୍ଡିତ ନୀଳକଣ୍ଠଙ୍କ ଫଟୋ ଥିବା ଡାକଟିକେଟ୍‌ ପ୍ରଚଳନ କରିବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର ମୋହନ ମିଶ୍ର, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ-ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ/ସଦସ୍ୟା ଯୋଗଦେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe