ଜୟନ୍ତୀରେ କିସ୍‍ ଓ କିଟ୍‌ରେ ଶ୍ରଦ୍ଧାଞ୍ଜଳି: ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ପ୍ରଦ୍ୟୁମ୍ନ ବଳ

Advertisment
ଜୟନ୍ତୀରେ କିସ୍‍ ଓ କିଟ୍‌ରେ ଶ୍ରଦ୍ଧାଞ୍ଜଳି: ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ପ୍ରଦ୍ୟୁମ୍ନ ବଳ

ଚନ୍ଦ୍ରଶେଖରପୁର: ବିଶିଷ୍ଟ ଜନନାୟକ, ସାମ୍ବାଦିକ ଓ ସମାଜସେବୀ ସ୍ୱର୍ଗତ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୮୯ତମ ଜୟନ୍ତୀ ସୋମବାର କିସ୍‍ ଓ କିଟ୍‌ରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ କିସ୍‍ ପରିସରରେ କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱର୍ଗତ ବଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି କହିଲେ, ସମାଜର ଦଳିତ, ଅବହେଳିତ, ଗରିବ ଓ ବିଶେଷକରି ଜନଜାତିଙ୍କ ଉନ୍ନତି ବିଷୟରେ ସ୍ୱର୍ଗତ ବଳ ସର୍ବଦା ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଓ ନୀତିନିଷ୍ଠ ବ୍ୟକ୍ତି ଆଜିର ସମାଜରେ ବିରଳ ବୋଲି ଶ୍ରୀ ସାମନ୍ତ କହିଥିଲେ।

କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଦୀପକ କୁମାର ବେହେରା, ମହାନିର୍ଦ୍ଦେଶକ ଡ. କାହ୍ନୁଚରଣ ମାହାଲି, କୁଳସଚିବ ଡ. ପ୍ରଶାନ୍ତ ରାଉତରାୟ, ଉପକୁଳସଚିବ ପ୍ରମୋଦ ପାତ୍ର, କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର୍‌ ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। କରୋନା ଯୋଗୁଁ କିସ୍‌ରେ ଛାତ୍ରଛାତ୍ରୀମାନେ ନଥିବାରୁ ସୀମିତ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି କିମ୍‍ସ ପରିସରରେ ଥିବା ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ସାମନ୍ତ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କିମ୍‍ସର ପରିଚାଳନା ପ୍ରତିନିଧି ପଞ୍ଚାନନ ପରିଡ଼ା, ଉପକୁଳପତି ଡା. ସିବିକେ ମହାନ୍ତି, କିମ୍‍ସ ମେଡିକାଲ୍‍ କଲେଜ ମହାନିର୍ଦ୍ଦେଶକ ମେଜର ଜେନେରାଲ୍‍ ଡା. ପି.କେ ପଟ୍ଟନାୟକ, କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି, ପ୍ରଶାସନିକ ନିର୍ଦ୍ଦେଶକ ଦିଲୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe