ଭୁବନେଶ୍ବର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ରେଡିଓ ଚକୋଲେଟ୍ (୧୦୪-ଏଫଏମ୍) ପକ୍ଷରୁ ଆଜି ‘ଘରେ ଘରେ ତ୍ରିରଙ୍ଗା’ ସଂଗୀତ ମୁକ୍ତିଲାଭ କରିଛି। କଣ୍ଠଶିଳ୍ପୀ ଶଶାଙ୍କ ଓ ପ୍ରଜ୍ଞା ଏଥିରେ କଣ୍ଠଦାନ କରିଛନ୍ତି। ଗୀତକୁ ରେଡିଓ ଚକଲେଟ୍ର ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ଡାଉନଲୋଡ୍ କରିହେବ। ଉତ୍କଳ କନିକା ଗ୍ୟାଲେରିଆଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଘରେ ଘରେ ତ୍ରିରଙ୍ଗା’ରେ ଏହି ସୂଚନା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମଲ୍କୁ ଆସୁଥିବା ଗ୍ରାହକମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଲୋକମାନଙ୍କୁ ସ୍ବାଧୀନତା ଦିବସ ସଂପର୍କିତ ବିଭିନ୍ନ ପ୍ରଶ୍ନ ପଚରାଯିବା ସହ କୃତୀ ପ୍ରତିଯୋଗୀଙ୍କୁ ରେଡିଓ ଚକଲେଟ୍ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ କବିତା, ଗୀତ, କାହାଣୀ, ଛୋଟ ନାଟକ ପରିବେଷଣ କରାଯାଇଥିଲା। ଏହି ଅବସରରେ କଣ୍ଠଶିଳ୍ପୀ ପ୍ରଦୀପ ଦେଶାତ୍ମବୋଧ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଆର୍.ଜେ କୋମଳ ଓ ଆର୍.ଜେ ପୂଜା ପରିଚାଳନା କରିଥିଲେ। ଆର୍ଜେ ଅନୀଲ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଟାଟା ମୋଟର୍ସ, ବନଦୁର୍ଗା ରିଅଲକନ୍ ପ୍ରାଇଭେଟ୍ ଲିମିଟେଡ୍, ତାରିଣୀ ଅଟୋ ମୋବାଇଲ୍, ନିଞ୍ଜା ବ୍ରେନ୍, ରାଜସ୍ଥାନୀ ନମକିନ୍ ଓ ଉତ୍କଳ କନିକା ଗ୍ୟାଲେରିଆ ସହଯୋଗ କରିଥିଲେ।
Follow Us