ଆରମ୍ଭ ହେଲା ତ୍ରିବେଣୀ ମହୋତ୍ସବ: ତ୍ରିବେଣୀ ଘାଟରେ ବୁଡ଼ ପକାଇଲେ ୧୦ ହଜାର ଶ୍ରଦ୍ଧାଳୁ

ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ପ୍ରାଚୀନଦୀ ତ୍ରିବେଣୀ ଘାଟରେ ୧୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ବୁଡ଼ ପକାଇଛନ୍ତି। ଏଥିସହ ୧ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ କରିଛନ୍ତି।

ddfdfd

ବାଲିପାଟଣା: ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ପ୍ରାଚୀନଦୀ ତ୍ରିବେଣୀ ଘାଟରେ ୧୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ବୁଡ଼ ପକାଇଛନ୍ତି। ଏଥିସହ ୧ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ କରିଛନ୍ତି। ସେଥିପାଇଁ ଗତକାଲି ମଧ୍ୟରାତ୍ରିରୁ ପୀଠରେ ଲୋକଙ୍କ ଗହଳି ଚହଳି ଲାଗିଥିଲା। ବ୍ରାହ୍ମ ମୁହୂର୍ତ୍ତରେ ପୀଠର ଆରାଧ୍ୟ ଦେବତା ପ୍ରଭୁ ଅନ୍ତର୍ଯ୍ୟାମୀ ନାଥ ଏବଂ ରାଧାମଧବଙ୍କ ସ୍ନାନ, ଗଙ୍ଗା ମାତାଙ୍କ ଆଳତି ପରେ ସାଧୁସନ୍ଥ ପ୍ରଥମେ ବୁଡ଼ ପକାଇଥିଲେ।

ଆରମ୍ଭ ହେଲା ତ୍ରିବେଣୀ ମହୋତ୍ସବ
ଘଟନୃତ୍ୟରେ ଦର୍ଶକ ବିଭୋର

ପବିତ୍ର ପ୍ରାଚୀନଦୀ ଗଙ୍ଗାନଦୀ ଠାରୁ ଶହେ ବର୍ଷ ପୁରୁଣା ବୋଲି କିଂବଦନ୍ତି ରହିଛି। ଏଠାରେ ଗୁପ୍ତ ଗଙ୍ଗାଙ୍କ ଆବିର୍ଭାବ ହୋଇଛି ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ତେଣୁ ଏହି ଆଧ୍ୟାତ୍ମିକ ଘାଟରେ ବୁଡ଼ ପକାଇଲେ କୋଟି ଜନ୍ମର ପୁଣ୍ୟପ୍ରାପ୍ତି ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି। ଏହି ଅବସରରେ ଆଜି ସନ୍ଧ୍ୟାରେ ତ୍ରିବେଣୀ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବିଜେଡି ନେତା କମଳ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର ଜେନା, ବାଲିଅନ୍ତା ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାଧର ମଲ୍ଲିକ, ପବିତ୍ର ମୋହନ ପଟେଲ, ସୁକନ୍ୟା ସେଠୀ, ମଙ୍ଗରାଜ ବେହେରା, କୁନମୁନ ଲେଙ୍କା, ମହେଶ୍ୱର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଷୟ ସାହୁ ମଞ୍ଚ ପରିଚାଳନା କରିଥିଲେ। 

ମା’ ଶାରଳା ଘଟନୃତ୍ୟ କଳାକାରଙ୍କ ମହିଷାସୁର ବଧ, ଘଟନୃତ୍ୟ, କାଳୀନୃତ୍ୟ, ରଣପା ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ। ପରେ ପାଇକ ଆଖଡ଼ା, ଚିତ୍ତାକର୍ଷକ ମେଲୋଡିର ମଜା ନେଇଥିଲେ। ଜୟଦେବ ନିର୍ବାଚନମଣ୍ଡଳୀ ବିଜେଡି ସଂଗଠନ ଏବଂ ତ୍ରିବେଣୀ ଲାୟନ୍ସ କ୍ଲବ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବ ୫ ଦିନ ଧରି ଚାଲିବ। ଅପରପକ୍ଷରେ ମହୋତ୍ସବରେ ମନୋହରୀ ସାମଗ୍ରୀ, ଚଟପଟା ଖାଦ୍ୟ, ଘରୋଇ ଉପକରଣ ସହ ପିଲାମାନଙ୍କ ଲାଗି ସୁପର ଡ୍ରାଗନ ଟ୍ରେନ୍‌, ମିକି ମାଉସ୍‌, ସ୍ମଲ୍ ଡ୍ରାଗନ୍‌ ଟ୍ରେନ, ରାମ ଦୋଳି, ବ୍ରେକ ଡ୍ୟାନ୍ସ ଆଦି ମେଳାରେ ଦର୍ଶକଙ୍କୁ ଆକର୍ଷିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe