ଗଛକୁ ଧକ୍କା ଦେଲା ଟ୍ରକ୍‌, ଚାଳକ ଗୁରୁତର

Advertisment
ଡମ୍ପର ଧକ୍କାରେ ନାବାଳିକାର ମୃତ୍ୟୁ

ବାଲିଅନ୍ତା: ଭୁବନେଶ୍ବର–ବାଲିପାଟଣା ମୁଖ୍ୟ ରାସ୍ତାର ବୁଦ୍ଧିପଡ଼ା ଛକ ନିକଟରେ ମଙ୍ଗଳବାର ରାତି ୩ଟା ସମୟରେ ଏକ ମିନିଟ୍ରକ (ଓଡ ୦୨ ଏୟୁ ୩୯୮୬) ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବରେ ଥିବା ଏକ ବରଗଛକୁ ଧକ୍କା ଦେବାରୁ ଏହାର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଟ୍ରକ ଭିତରେ ଥିବା ହେଲପର ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଆହତ ଚାଳକ ହେଲେ ପିପିଲି ଥାନା ଅନ୍ତର୍ଗତ ମାଧପୁର ଗ୍ରାମର ବ୍ରଜକିଶୋର ସାହୁଙ୍କ ପୁଅ ସର୍ବେଶ୍ବର ସାହୁ (୪୦)। ଟ୍ରକ୍‌ ଗଛରେ ପିଟି ହୋଇଯିବା ଫଳରେ ସର୍ବେଶ୍ବର ଷ୍ଟିଅରିଂ ଓ ଡୋର୍‌ ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ବାଲିଅନ୍ତା ଦମକଳ କେନ୍ଦ୍ର କର୍ମଚାରୀ ସର୍ବେଶ୍ବରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ପରେ ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟିକୁ ଜବତ କରିଛି। ଟ୍ରକ୍‌ଟି ବନମାଳିପୁରରୁ କୁକୁଡ଼ା ଖାଲିକରି ଫେରୁଥିବା ବେଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe