ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ବାଳକକୁ ପିଟିପିଟି ହତ୍ୟା

ଭୁବନେଶ୍ୱର: ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଡୁମୁଡୁମା ଅଞ୍ଚଳର ଅରୁଣ ରାଉଳ(୪୨)। ଅରୁଣଙ୍କ ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ସୂଚନା ମୁତାବକ, ଅରୁଣ ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ହଂସପାଳରୁ ନିଜ ଘର ଡମୁଡୁମାକୁ ଫେରୁଥିବା ବେଳେ ହସଂପାଳ ଛକ ନିକଟରେ ଏକ ଟ୍ରକ୍‌(ଏପି-୨୭ଟିଟି-୨୬୬୯) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଅରୁଣ ଗାଡ଼ିରୁ ଛିଟିକି ପଡ଼ି କିଛି ଦୂର ଘୋଷାଡ଼ି ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ହାଇଟେକ୍‌ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe