‘୫ ନଦୀରେ ଜଳର ସୁପରିଚାଳନା ଉପରେ ଉଦ୍ୟମ କରାଯିବ’

Advertisment

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ସାଧାରଣ ବୈଠକ

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ସାଧାରଣ ବୈଠକ

‘୫ ନଦୀରେ ଜଳର ସୁପରିଚାଳନା ଉପରେ ଉଦ୍ୟମ କରାଯିବ’

Orissa Post

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାର ବିକାଶ ସହିତ ସମସ୍ୟାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଗଠିତ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ଭବନରେ ପରିଷଦର ସଭାପତି ଭୃଗୁ ବକ୍ସିପାତ୍ରଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସମସ୍ୟା ଉପରେ ଆଲୋଚନା କରି ତା’ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପରିଷଦର ଉପସଭାପତି ପ୍ରଫେସର୍‌ ରାମଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ବିପିନ ବିହାରୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ।

ଦକ୍ଷିଣ ଓଡ଼ିଶାର ପ୍ରମୁଖ ୫ଟି ନଦୀରେ ଜଳର ସୁପରିଚାଳନା ଦ୍ୱାରା କୃଷି ଓ କୃଷକର ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ତତ୍ପରତା ପ୍ରକାଶ କରିବା ସହ ତା’ର ସଫଳତା ଦିଗରେ ସଂଗଠନ କାର୍ଯ୍ୟ କରିବ ବୋଲି ଶ୍ରୀ ବକ୍ସିପାତ୍ର ମତ ରଖିଥିଲେ। ସେହିପରି କୋଟିଆ ସମେତ ଆନ୍ଧ୍ର ସୀମାରେ ଥିବା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ଥାୟୀ ସମାଧାନ, ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ, ଗୁଣପୁର-ଥେରୁବାଲି ରେଳ ପ୍ରକଳ୍ପ ନିର୍ମାଣ, ରେଲୱେ ରାୟଗଡ଼ା ଡିଭିଜନକୁ କାର୍ଯ୍ୟକାରୀ କରିବା, ପାରଳାଖେମୁଣ୍ଡିରେ ହୋଇଥିବା ପ୍ରଥମ ସ୍ବାଧୀନତା ସଂଗ୍ରାମକୁ ଐତିହାସିକ ମାନ୍ୟତା, ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଜୈବ ସଂରକ୍ଷଣ ମଣ୍ଡଳ ଗଠନ, ସୌରାଲିପିକୁ ସାମ୍ବିଧାନିକ ମାନ୍ୟତା, ଦକ୍ଷିଣ ଓଡ଼ିଶାରେ ଆଦିବାସୀ ବିଶ୍ବବିଦ୍ୟାଳୟ ଓ ଦ୍ବିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଉପରେ ଆଲୋଚନା ହୋଇଥିଲା।

ବୈଠକରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଦୁଷ୍ମନ୍ତ ମହାନ୍ତି, ବ୍ରହ୍ମାନନ୍ଦ ପଟ୍ଟନାୟକ, ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର ବକ୍ସିପାତ୍ର ଓ ବିନୋଦ ଚନ୍ଦ୍ର ପାଢ଼ୀ, ସୁନ୍ଦର ନାରାୟଣ ପାତ୍ର, ରଞ୍ଜିତ ପାଢ଼ୀ, ମାରୁତି ପାଳ, ରତ୍ନାକର ପାଣିଗ୍ରାହୀ, ଉମି ଡାନିଏଲ, ପ୍ରଫେସର୍‌ ଶିବପ୍ରସାଦ ଅଧିକାରୀ, ରୂପେଶ ସାହୁ, ଅକ୍ଷୟ ଦାସ, ରାଜକିଶୋର ପାଣିଗ୍ରାହୀ, ଗାନ୍ଧୀ ଚୌଧୁରୀ, ରାଜମୋହନ ପାତ୍ର ଉପସ୍ଥିତ ଥିଲେ। ପରିଷଦର ସହସମ୍ପାଦକ ନୃସିଂହ ପ୍ରସାଦ ପଣ୍ଡା ଧନ୍ୟବାଦ ଦେଇଥିଲେ। କୋଷାଧ୍ୟକ୍ଷ ବିଜୟ ଚନ୍ଦ୍ର ଅଧିକାରୀ ପରିଷଦର ଆୟବ୍ୟୟ ଉପସ୍ଥାପନ କରିଥିଲେ। ଅନନ୍ତ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe