ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା ଟ୍ୟୁସନ୍‌ ସାର୍‌ଙ୍କୁ ୨୦ ବର୍ଷ ସଜ୍ଜା

Advertisment

ଜଣେ ନାବାଳିକା ଛାତ୍ରୀଙ୍କୁ ଆମ୍ବତୋଟାକୁ ଡାକିନେଇ ଯୌନପିପାସୁ ଟ୍ୟୁସନ୍‌ ମାଷ୍ଟର୍‌ ଦୁଷ୍କର୍ମ କରିଥିଲା। ୨୦୨୧ ମସିହାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଥିଲା ଖୋର୍ଦ୍ଧା ମଡେଲ୍‌ ଥାନା ଅଞ୍ଚଳର ଏକ ଆଦିବାସୀସାହିରେ।

ଜଣେ ନାବାଳିକା ଛାତ୍ରୀଙ୍କୁ ଆମ୍ବତୋଟାକୁ ଡାକିନେଇ ଯୌନପିପାସୁ ଟ୍ୟୁସନ୍‌ ମାଷ୍ଟର୍‌ ଦୁଷ୍କର୍ମ କରିଥିଲା। ୨୦୨୧ ମସିହାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଥିଲା ଖୋର୍ଦ୍ଧା ମଡେଲ୍‌ ଥାନା ଅଞ୍ଚଳର ଏକ ଆଦିବାସୀସାହିରେ।

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ଜଣେ ନାବାଳିକା ଛାତ୍ରୀଙ୍କୁ ଆମ୍ବତୋଟାକୁ ଡାକିନେଇ ଯୌନପିପାସୁ ଟ୍ୟୁସନ୍‌ ମାଷ୍ଟର୍‌ ଦୁଷ୍କର୍ମ କରିଥିଲା। ୨୦୨୧ ମସିହାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଥିଲା ଖୋର୍ଦ୍ଧା ମଡେଲ୍‌ ଥାନା ଅଞ୍ଚଳର ଏକ ଆଦିବାସୀସାହିରେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଏ଼ଡିଜେ-୪ ତଥା ସ୍ପେସାଲ୍‌ ଜଜ୍ ପୋକ୍‌ସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି ଏହି ମାମଲାର ଶୁଣାଣି କରି ଆସାମୀ କୃପାସିନ୍ଧୁ ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜ୍ଜା ଶୁଣାଇଛନ୍ତି। ଏଥିସହିତ ତା’ ଉପ‌ରେ ୧୦ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଜରିମାନା ଅନାଦାୟ ହେଲେ ଆସାମୀକୁ ଆଉ ଗୋଟିଏ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ସେହିଭଳି ପୀଡ଼ିତାଙ୍କ ପରିବାରକୁ ୪ଲକ୍ଷ ଟଙ୍କା  ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

୨୦୨୧ ଫେବ୍ରୁଆରି ୧୯ରେ ଏହି ଅଘଟଣ ଘଟିଥିଲା। ଆସାମୀ କୃପାସିନ୍ଧୁ ଗାଁ ପିଲାମାନଙ୍କୁ ଟ୍ୟୁସନ୍‌ କରୁଥିଲା। ଘଟଣା ଦିନ ଗାଁରେ ଜଣେ ବ୍ୟକ୍ତିଙ୍କର ଜନ୍ମଦିନ ଭୋଜି ଥିଲା। ତେଣୁ ଟ୍ୟୁସନ୍‌ ପିଲାମାନଙ୍କ ସହ କୃପାସିନ୍ଧୁ ମଧ୍ୟ ଭୋଜି ଖାଇବାକୁ ଯାଇଥିଲା। କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ ସେ ନାବାଳିକାଙ୍କୁ ଗାଁ ମୁଣ୍ଡ ଆମ୍ବତୋଟାକୁ ଡାକି ନେଇଥିଲା ଏବଂ ଦୁଷ୍କର୍ମ କରିଥିଲା। ଏହାପରେ ସେ ନାବାଳିକାଙ୍କୁ ସେଠାରେ ଏକୁଟିଆ ଛାଡ଼ି ପଳାଇଆସିଥିଲା। ଭୋଜି ଖାଇ ସବୁ ପିଲା ଘରକୁ ଫେରିଥିଲେ। ମାତ୍ର ପୀଡ଼ିତା ଘରକୁ ଫେରିନଥିଲେ। ତେଣୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଟ୍ୟୁସନ୍‌ ସାର୍‌ କୃପାସିନ୍ଧୁକୁ ପଚାରିଥିଲେ। କିନ୍ତୁ କୃପାସିନ୍ଧୁ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲା। ଭୋଜି ଖାଇବାକୁ ଯାଇ ନାବାଳିକା ନିଖୋଜ ହୋଇଯିବା ଘଟଣାରେ ଗାଁ ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ସମ‌ସ୍ତେ ମିଶି ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ଆମ୍ବତୋଟାରେ ଠାବ କରାଯାଇଥିଲା। ଭୟଭୀତ ଅବସ୍ଥାରେ ନାବାଳିକାଟି ଗୋଟିଏ ଗଛମୂଳେ କାନ୍ଦୁଥିବା ଦେଖାଯାଇଥିଲା। ତା’ଠାରୁ ପିଶାଚ କୃପାସିନ୍ଧୁର କଥା ଶୁଣିବା ପରେ ଗାଁ ଲୋକେ ତାକୁ ଖୋଜିଥିଲେ। କିନ୍ତୁ ସେ ଫେରାର ହୋଇଯାଇଥିଲା। ୯ଜଣ ସାକ୍ଷୀ ଓ ୫୮ ପ୍ରଯୁଜ୍ୟ  ଦସ୍ତାବିଜ ବଳରେ କୋର୍ଟ ଆଜିର ରାୟ ଶୁଣାଇଛନ୍ତି। ପିପି ସୁବ୍ରତ ପ୍ରିୟଦର୍ଶୀ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe