ରାଜଧାନୀର ସବୁ ୱାର୍ଡରୁ ତୁଳସୀ ସଂଗ୍ରହ: ଡିସେମ୍ବର ୧ରେ ଶ୍ରୀକ୍ଷେତ୍ରକୁ କଂଗ୍ରେସର ତୁଳସୀ ଯାତ୍ରା

Advertisment
ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ: କଂଗ୍ରେସ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ରାଜ୍ୟର ସବୁ ଅଞ୍ଚଳରୁ ତୁଳସୀ ସଂଗ୍ରହ ଜାରି ରହିଛି। ରାଜଧାନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ସବୁ ୱାର୍ଡ, ପଞ୍ଚାୟତ, ଜଗନ୍ନାଥପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁଙ୍କ ନିକଟରୁ ତୁଳସୀ ସଂଗ୍ରହ ଜାରି ରହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ତୁଳସୀ ଯାତ୍ରା ଉପଲକ୍ଷେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ନେତା ରଜନୀ ମହାନ୍ତି, ଜୟଶ୍ରୀ ପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅଶୋକ ଦାସ ପ୍ରମୁଖ ସାମିଲ ହେବା ସହିତ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ଦାବିକୁ ଦୋହରାଇଥିଲେ। କହିଥିଲେ, ରତ୍ନଭଣ୍ଡାର ଗଣତି, ମଣତି ଓ ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମିକୁ ଫେରସ୍ତ ଓ ଭୂମିହୀନ ସେବାୟତଙ୍କୁ ଭୂମି ଦେବା ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଦୁଇ ଦୁଇ ଥର ଆନ୍ଦୋଳନ କରାଯାଇଥିଲା। କଂଗ୍ରେସର ବାରମ୍ବାର ଚେତାବନୀ ସତ୍ତ୍ବେ ରାଜ୍ୟ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ୪ଦ୍ବାର ବନ୍ଦ ରହିବା ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବା ଫଳରେ କେତେକ ଭକ୍ତ ବେହୋସ ହୋଇଯାଉଛନ୍ତି। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe