ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଲାକ୍ମି ଫ୍ୟାସନ୍ ୱିକ୍ରେ ଭାଗନେବେ ଓଡ଼ିଆ ଝିଅ ତୁଳସୀ ତେନାମିରୁ ହେମ୍ବ୍ରମ। ମୟୂରଭଞ୍ଜ ଜିଲ୍ଲା ବେତନଟିର ଝିଅ ତୁଳସୀ ଡିଜାଇନ ଫେଷ୍ଟ-ଲାକ୍ମି ଫ୍ୟାସନ୍ ୱିକ୍ ଜୋନାଲସ୍ତରରେ ଜିତିଛନ୍ତି। ସେ ଭାରତର ପ୍ରିମିୟର ଓ ସର୍ବବୃହତ ଫ୍ୟାସନ୍ ଇଭେଣ୍ଟ ଲାକମି ଫ୍ୟାସନ୍ ୱିକ୍-୨୦୨୨ରେ ତାଙ୍କ ପୋଷାକ ଡିଜାଇନ ପ୍ରଦର୍ଶିତ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ତୁଳସୀ ପ୍ରଥମରୁ ଜଣେ ଫ୍ୟାସନ୍ ଡିଜାଇନର ଭାବେ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ। ହାଇସ୍କୁଲ ପାଠପଢ଼ା ପରେ ସେ କଳାରେ ସ୍ନାତକ ଶେଷ ପରେ ଭୁବନେଶ୍ବରସ୍ଥିତ ଆଇଏନଆଇଏଫଡିରେ ନାମ ଲେଖାଇଥିଲେ। ପାଠପଢ଼ାର ଶେଷ ବର୍ଷରେ ତାଙ୍କ ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଛି। ତୁଳସୀ କହିଛନ୍ତି ଯେ ଆର୍ମି ଉପରେ ଫ୍ୟାସନ୍ ଡିଜାଇନ୍ କରିଛି। ଯାହାକି ଜୋନାଲସ୍ତରରେ ବେଶ୍ ପ୍ରଶଂସିତ ହୋଇଛି। ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାରୁ ଲାକ୍ମି ଫ୍ୟାସନ୍ ୱିକ୍ରେ ଭଲ ଆଦୃତ ହେବ। ସେଠାରେ ପ୍ରତ୍ୟେକ ବିଜେତାଙ୍କୁ ରାଇଜ ୱର୍ଲଡୱାଇଡର ଡିଜାଇନ୍ ବିଶେଷଜ୍ଞଙ୍କ ଅଧୀନରେ ପରାମର୍ଶ ସମେତ ନଗଦ ରାଶି ସହିତ ପୁରସ୍କୃତ କରାଯିବ। ତେଣୁ ଯେତେଦୂର ସମ୍ଭବ ଉନ୍ନତ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ଏବେଠାରୁ ପ୍ରସ୍ତୁତି ଚଳାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us