କ୍ରୀଡ଼ା କର୍ମଶାଳା ଲାଗି ଗୁଜରାଟ ଗଲେ ତୁଷାରକାନ୍ତି

କ୍ରୀଡ଼ା କର୍ମଶାଳା ଲାଗି ଗୁଜରାଟ ଗଲେ ତୁଷାରକାନ୍ତି

ଭୁବନେଶ୍ୱର: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ଯୋଗଦେବା ଲାଗି ଇଲେକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁଜରାଟ ଗସ୍ତରେ ଯାଇଛନ୍ତି। ଏଥିରେ ଯୋଗଦେଇ ଶ୍ରୀ ବେହେରା ଖେଲୋ ଇଣ୍ଡିଆ ଯୋଜନାକୁ ଓଡିଶା କିପରି ଭାବେ ଆଗେଇ ନେଇଛି ସେ ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିବେ। ଉନ୍ନତ କ୍ରୀଡା ଭିତ୍ତିଭୂମି ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରୁ ପ୍ରତିଭା ଚୟନ, ଉନ୍ନତ ତାଲିମ, ଖେଳାଳିଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ ଆଦି ବିଭିନ୍ନ ବିଷୟରେ ଓଡ଼ିଶା କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛି ଉପରେ ବି ନିଜର ମତ ରଖିବେ ସେ I

ଏହି କର୍ମଶାଳା ଦ୍ୱାରା ବିଭିନ୍ନ ରାଜ୍ୟ ମଧ୍ୟରେ ଭାବ ବିନିମୟ ହେବା ସହିତ ଆଞ୍ଚଳିକ ସ୍ତରରେ କ୍ରୀଡ଼ାକୁ ଅଧିକ ସମୃଦ୍ଧ କରିବାନେଇ ପଥ ଦେଖାଇବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଗସ୍ତ ଅବସରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଦୁଇ ଦିନିଆ କର୍ମଶାଳାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ସମସ୍ତ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମାନେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe