ଟ୍ବିଟର୍‌ରେ ‘#ମି ଆଟ୍୨୦’ ଟ୍ରେଣ୍ଡ୍‌; ଅନୁଗାମୀଙ୍କ ପସନ୍ଦ ଆଇପିଏସ୍‌ ଅଫିସର

ଟ୍ବିଟର୍‌ରେ ‘#ମି ଆଟ୍୨୦’ ଟ୍ରେଣ୍ଡ୍‌; ଅନୁଗାମୀଙ୍କ ପସନ୍ଦ ଆଇପିଏସ୍‌ ଅଫିସର

ଭୁବନେଶ୍ବର: ଟ୍ବିଟରରେ ଚାଲିଛି ‘#ମି ଆଟ୍‌ ୨୦’ ଟ୍ରେଣ୍ଡ୍‌। ୨୦ ବର୍ଷ ବୟସର ଫଟୋକୁ ଅପ୍‌ଲୋଡ୍‌ କରି ସେଲିବ୍ରିଟି ତଥା ବରିଷ୍ଠ ଅଧିକାରୀମାନେ ଅନୁଗାମୀଙ୍କ ମତାମତ ସାଉଁଟୁଛନ୍ତି। ସମଗ୍ର ଭାରତବର୍ଷରେ ଏହି ଟ୍ରେଣ୍ଡ ଚାଲିଥିଲେ ମଧ୍ୟ ଓଡ଼ିଶାର ବରିଷ୍ଠ ସରକାରୀ ଅଧିକାରୀ ଓ ସେଲିବ୍ରିଟିମାନେ ପଛରେ ନାହାନ୍ତି। ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଅନୁଗାମୀ ତାଙ୍କ ମନପସନ୍ଦର ଅଧିକାରୀ ଓ ସେଲିବ୍ରିଟିଙ୍କୁ ୨୦ ବର୍ଷ ବୟସରେ ଦେଖି ବେଶ୍‌ ଆନନ୍ଦ ଅନୁଭବ କରୁଛନ୍ତି। ଏଥିରେ ଥିବା ବରିଷ୍ଠ ଆଇଏଏସ୍‌ ଅଫିସର ଅରବିନ୍ଦ ପାଢ଼ୀ, ବରିଷ୍ଠ ପୁଲିସ ଅଫିସର ଅରୁଣ ବୋଥ୍ରା, ଅତିରିକ୍ତ କମିସନର ଅନୁପ କୁମାର ସାହୁ, ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ପୋଷ୍ଟ ସମେତ ‘କନକ ଟିଭି’ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ତନୟା ପଟ୍ଟନାୟକଙ୍କ ୨୦ ବର୍ଷ ବୟସର ଫଟୋକୁ ଅନୁଗାମୀ ବେଶ୍‌ ପସନ୍ଦ କରିଛନ୍ତି। ଏମାନଙ୍କର ଲାଇକ୍‌, କମେଣ୍ଟ ଓ ରି-ଟ୍ବିଟ୍‌ ବଢ଼ି ବଢ଼ି ଚାଲିଛି। ଏମାନଙ୍କ ମଧ୍ୟରେ ପୂର୍ବରୁ ଓଟ କ୍ଷୀର ରାଜସ୍ଥାନରୁ ମୁମ୍ବାଇ ପହଞ୍ଚାଇ ଚର୍ଚ୍ଚାରେ ଥିବା ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଅନୁଗାମୀଙ୍କ ପସନ୍ଦର ଶୀର୍ଷରେ ଅଛନ୍ତି। ତାଙ୍କ ଫଟୋକୁ ୫ ହଜାର ୨୨୨ ଲାଇକ୍‌ ମିଳିଛି। ସାଗରିକା ନାଥ ତାଙ୍କ ମା’ଙ୍କର ୨୦ ବର୍ଷ ବୟସର ଫଟୋକୁ ଅପ୍‌ଲୋଡ୍‌ କରିଛନ୍ତି। ଏହାକୁ ମଧ୍ୟ ଅନୁଗାମୀ ବେଶ୍‌ ପସନ୍ଦ କରିଛନ୍ତି।
ସେତେବେଳର ଏହି ସବୁ ଫଟୋ ଉଠାଇଥିବା ଲୋକ ବି ଏଥିରେ ଯୋଡ଼ି ହୋଇଛନ୍ତି। ସେମାନେ ଟ୍ବିଟ୍‌ କରି ସେତେବେଳର ପରିସ୍ଥିତି ବର୍ଣ୍ଣନା କରିଛନ୍ତି। କେଉଁ ପରିସ୍ଥିତି‌ରେ ଏହି ଫଟୋ ଉଠିଥିଲା ବା ସେତେବେଳେ ସେଠାରେ କିଭଳି ବାତାବରଣ ଥିଲା ତାହା ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ଏହି ସବୁ ଫଟୋ ପାଇଁ ମଧ୍ୟ ଫଟୋଗ୍ରାଫର ଶ୍ରେୟ ଗୋଟାଇବାକୁ ଚାହିଛନ୍ତି। ତେବେ ଓଡ଼ିଶାର ଏମାନଙ୍କ ଛଡ଼ା ସାମ୍ବାଦିକା ବର୍ଖା ଦତ୍ତ ଓ ବୀରେନ୍ଦ୍ର ସେହ୍‌ୱାଗ୍‌ଙ୍କ ସମେତ ଅନ୍ୟ ଆଇପିଏସ୍‌ ଓ ଆଇଏଏସ୍‌ ଅଫିସରମାନଙ୍କ ଫଟୋ ମଧ୍ୟ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe