ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ୧୨ ବନ୍ୟପ୍ରାଣୀଙ୍କର ସ୍ବାସ୍ଥ୍ୟବସ୍ଥାରେ କିଛି ବି ସୁଧାର ଆସୁନାହିଁ। ନିୟମିତ ଚିକିତ୍ସା ଚାଲିଥିଲେ ବି ସେମାନେ ସୁସ୍ଥ ହେଉନଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ବିଶେଷକରି ଧଳା ବାଘୁଣୀ ବିଜୟା ଓ ସିଂହୀ ବିଜ୍ଲି ଖାଦ୍ୟ ଗ୍ରହଣ କରୁନଥିବାରୁ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ଆଜି ଓୟୁଏଟିର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ ନନ୍ଦନକାନନକୁ ଆସି ଅସୁସ୍ଥ ଜନ୍ତୁମାନଙ୍କୁ ଦେଖିଛନ୍ତି।
/sambad/media/post_attachments/wp-content/uploads/2022/05/Bear-300x192.jpg)
ସୂଚନାନୁସାରେ ଗତ କିଛି ଦିନ ହେଲା ଏଠାରେ ୪ ହଳ ଶାଗୁଣା(୪ ମାଈ ଓ ୪ ଅଣ୍ଡିରା), ଶିକାରୀ ଗୁଳିମାଡ଼ରେ ଆହତ ହୋଇ କୋରାପୁଟ ଜୟପୁରରୁ ଆସିଥିବା ଦେଶୀ ଭାଲୁ, ଏକ ଅଣ୍ଡିରା ସମ୍ବର, ବାଘୁଣୀ ବିଜୟା ଓ ସିଂହୀ ବିଜ୍ଲି ଅସୁସ୍ଥ ଅଛନ୍ତି। ବାଘୁଣୀ ବିଜୟା ଓ ସିଂହୀ ବିଜ୍ଲି ଭଲରେ ଖାଦ୍ୟ ଗ୍ରହଣ କରୁନାହାନ୍ତି। ଫଳରେ ଦିନକୁ ଦିନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଜୟପୁରରୁ ଆସିଥିବା ଭାଲୁଟି ଉଠିପାରୁନଥିବାରୁ ତା’ର ପଛ ଫଡିଆରେ ଘା’ ହୋଇଗଲାଣି। ସେହିଭଳି ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ପରିସରସ୍ଥିତ ଶାଗୁଣା ପ୍ରଜନନ କେନ୍ଦ୍ରରେ ଥିବା ଧଳା ବେକ ଶାଗୁଣା ସଂକ୍ରମଣର ଶୀକାର ହୋଇଛନ୍ତି ଓ ସେମାନଙ୍କର ଆଖି ପତା ଫୁଲା କମୁନାହିଁ। ପ୍ରାପ୍ତ ବୟସ୍କ ଅଣ୍ଡିରା ସମ୍ବରର ପାଟିରୁ ଫେଣ ବାହାରୁଛି ଓ ସେ ସବୁବେଳେ ଗଁ ଗଁ ହୋଇ ପାଟି ବାଟେ ନିଃଶ୍ବାସ ନେଉଛି।
/sambad/media/post_attachments/wp-content/uploads/2022/05/Bijaya-300x290.jpg)
ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଏହି ସମସ୍ତ ଚିକିତ୍ସାଧୀନ ଅସୁସ୍ଥ ଜୀବଙ୍କ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆସୁନାହିଁ। ତେଣୁ ଆଜି ଓୟୁଏଟି ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ଡାକ୍ତର ସଂଗ୍ରାମ ବିଶ୍ବାଳ, ଡା. ସନ୍ତୋଷ ସେନାପତି, ଡା. ବିଜେନ୍ଦ୍ର ମହାନ୍ତି ଓ ଡା. ଲିପିସ୍ମିତା ସାମଲଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ନନ୍ଦନକାନନକୁ ଆସିଥିଲେ ଓ ସେମାନେ ଅସୁସ୍ଥ ୧୨ଟିଯାକ ପ୍ରାଣୀଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ନନ୍ଦନକାନନର ବରିଷ୍ଠ ଚିକିତ୍ସକ ଡା. ଶରତ କୁମାର ମିଶ୍ର, ଡା. ଶରତ କୁମାର ବେହେରା, ଡା. ଦେବଦତ୍ତ ମହାପାତ୍ର ଓ ଡା. ସନ୍ତୋଷ ଗୁପ୍ତା ଏହି ଟିମ୍କୁ ଅସୁସ୍ଥ ପ୍ରାଣୀମାନଙ୍କ ଚିକିତ୍ସା ବାବାଦରେ ସମସ୍ତ ରିପୋର୍ଟ ପ୍ରଦାନ କରିଥିଲେ।
Follow Us