୭ମହିଳାଙ୍କ ସମେତ ୨୪ନିଶା ବେପାରୀ ଗିରଫ

୬୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ନଗଦ ୨.୩୭ଲକ୍ଷ ଟଙ୍କା ଜବତ

ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ଭୁବନେଶ୍ବର : ଅପରେସନ୍ ହ୍ବାଇଟ୍ ସ୍ପାଇଡର୍‌ରେ କମିସନରେଟ୍ ପୁଲିସ ଚଳିତବର୍ଷ ଜୁନ୍ ୧୭ତାରିଖ ସୁଦ୍ଧା ୧୯ଟି ନିଶା କାରବାର ସଂପର୍କିତ ମାମଲା ରୁଜୁ କରି ରାଜଧାନୀରୁ ୭ ମହିଳାଙ୍କ ସମେତ ୨୪ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ମୋଟ ୬୨୬.୧୯ଗ୍ରାମ୍ ବ୍ରାଉନସୁଗାର ଓ ନଗଦ ୨.୩୭ଲକ୍ଷ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ପ୍ରାୟ ୬୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି।

ଦୋକାନରୁ ଚୋରି ବେଳେ ମାଡ଼ି ବସିଲେ, ୩ ଲୁଟେରା ଗିରଫ

ଭୁବନେଶ୍ବର : ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ତାଳଖେତା ବଜାରରେ ଥିବା ଏକ ଭେରାଇଟି ଷ୍ଟୋର୍‌ରୁ ଲୁଟ୍ କରିବା ମହଙ୍ଗା ପଡ଼ିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଦୋକାନୀଜଣଙ୍କ ଲୁଟେରାଙ୍କୁ କାବୁ କରି ନିର୍ଧୁମ୍‌ ମାଡ଼ ମାରିଛନ୍ତି। ଇନ୍‌ଫୋଭ୍ୟାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଟଣୀ ଗୋପବନ୍ଧୁନଗରର ସୁନୀଲ ସିଂହ, ତ୍ରୈଲୋକ୍ୟ ହୁଡ଼ା, ଯାଁଳା ମୁଣ୍ଡମୁହାଣର ରାମ ପ୍ରଧାନ। ଶୁକ୍ରବାର ବିଳମ୍ବିତ ରାତିରେ ୩ ଲୁଟେରା ତାଳ‌ଖେତା ବଜାରରେ ଥିବା ଭେରାଇଟି ଷ୍ଟୋର୍‌ର ଆଜବେଷ୍ଟସ୍‌ ଭାଙ୍ଗି ଲୁଟ୍ କରୁଥିଲେ। ଦୋକାନର କ୍ୟାସ୍ ଡ୍ର’ରେ ଥିବା ପ୍ରାୟ ୧୦ହଜାର ଟଙ୍କା ସମେତ କିଛି ବିକ୍ରୟ ସାମଗ୍ରୀ ନେଇ ବାହାରୁଥିବା ବେଳେ ଦୋକାନ ମାଲିକଙ୍କ ନିଦ ଭାଙ୍ଗିଥିଲା। ସେ ବାହାରପଟୁ ଦୋକାନ ତାଲା ପକାଇ ଲୋକଙ୍କୁ ଡାକ ପକାଇଥିଲେ। ସକାଳ ହେବା ପର୍ଯ୍ୟନ୍ତ ଲୋକେ ୩ ଲୁଟେରାଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe