ବର୍ଷାପାଣି ଘେରରେ ୨୧ ଦଳିତ ପରିବାର

Advertisment
ବର୍ଷାପାଣି ଘେରରେ ୨୧ ଦଳିତ ପରିବାର

ବାଲିଅନ୍ତା: ଗତ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଓ ପବନ ପ୍ରଭାବରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଳ ନିଷ୍କାସନ ପାଇଁ ଡ୍ରେନେଜ ସୁବିଧା ନଥିବାରୁ କିଛି ସାହିରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଘରେ ଓ ‌ଗୁହାଳରେ ବର୍ଷାପାଣି ଲହଡ଼ି ମାରିବା ଫଳରେ ସଂପୃକ୍ତ ପରିବାର ଲୋକ ହନ୍ତସନ୍ତ ହୋଇଥିଲେ। ପ୍ରତାପରୁଦ୍ରପୁର ପଞ୍ଚାୟତ କଣ୍ଟିବରାହି ଗ୍ରାମରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଛି। କେତେକ ପରିବାର ଲୋକଙ୍କ କଚ୍ଚାଘର ଝୁମ୍ପୁଡ଼ି ଭାଙ୍ଗିଯିବା ସହ ଚୁଲିରେ ପାଣି ପଶିଯିବାରୁ ସେମାନେ ଶୁଖିଲା ଖାଦ୍ୟ ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ।

ହେଲେ ସେ ନପହଞ୍ଚିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନୁରୂପ ଭାବେ ଡ୍ରେନ ନିର୍ମାଣ ଲାଗି ସାହିବାସୀ ଅନେକ ବାର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ସେମାନେ କିଛି ଶୁଣୁନଥିବା ଗ୍ରାମବାସୀମାନେ ଜଣାଇଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ଷାଦିନେ ସାହିର ୨୦ ଦଳିତ ପରିବାର ଏଭଳି ଦୁର୍ଦ୍ଦଶା ଭୋଗି ଆସୁଥିବା ଜଣାପଡ଼ିଛି। କୂଅ ଓ ନଳକୂଅ ବୁଡ଼ିଯିବା ଫଳରେ ଲୋକମାନେ ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଥିଲେ। ‌ଅନୁରୂପ ଭାବରେ ମହୁଖଣ୍ଡା ଗ୍ରାମର ନାରାୟଣ ଭୋଇଙ୍କ ଝୁମ୍ପୁଡ଼ି ଘରେ ପାଣି ପଶିଯିବାରୁ ସେ ପଡ଼ୋଶୀ ଘରେ ଆଶ୍ରୟ ନେଇଥିବା ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା କହିଛନ୍ତି। ସେହିପରି ପାନବରଜରେ ପାତପତ୍ର ନଷ୍ଟ ହୋଇଯାଇଥିବା ଜୟଦେବ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe