ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସର ୨୬ ଛାତ୍ର ଅସୁସ୍ଥ

Advertisment
ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସର ୨୬ ଛାତ୍ର ଅସୁସ୍ଥ

ଖଣ୍ଡଗିରି : ଫୁଡ୍‌ ପଏଜନିଂ ଯୋଗୁଁ ରାଜଧାନୀ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ରାବାସର ୨୬ ଛାତ୍ର ଏକାସହିତ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିଯୋଗୁଁ ରବିବାର ସକାଳେ ଏମ୍ସରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି।

ଛାତ୍ରମାନଙ୍କ କହିବା ଅନୁସାରେ, ଗତରାତିରେ ସମସ୍ତେ ଭାତ, ଡାଲି, କୋବି ତରକାରି ଏବଂ ଭଜା ଖାଇଥିଲେ। ଏହାର କିଛି ସମୟ ପରେ ଜଣେ ପରେ ଜଣେ ଛାତ୍ରର ପେଟ ଖରାପ ହୋଇ ଝାଡ଼ା ହୋଇଥିଲା। ସକାଳ ହେବା ବେଳକୁ ଛାତ୍ରାବାସକୁ ଏହି ଖବର ବ୍ୟାପି ଯାଇଥିଲା। ସକାଳେ ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜାଣିବା ପରେ ତୁରନ୍ତ ଏକ ବସ୍‌ ଜରିଆରେ ଏମ୍ସକୁ ଆଣିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe