୧୧ ଡିଗ୍ରିରେ ଥରୁଛି ଦ୍ବୈତନଗରୀ

୧୧ ଡିଗ୍ରିରେ ଥରୁଛି ଦ୍ବୈତନଗରୀ

www.samastipurtown.com

ଭୁବନେଶ୍ବର: ପୁଣି ଲେଉଟିଛି ଶୀତ। ରାଜଧାନୀରୁ ଶୀତ ଗାଏବ ହୋଇଯାଇଥିବା ବେଳେ ହଠାତ୍ କାଲିଠାରୁ ଜାଡ଼ ଅନୁଭୂତ ହେଉଛି। ଶୀତୁଆ ପବନ ସହ କୁହୁଡ଼ି ଯୋଗୁଁ ପ୍ରାତଃଭ୍ରମଣରେ ବାଧା ସୃଷ୍ଟି ହେଉଛି। ରାଜଧାନୀର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩.୭ ଡିଗ୍ରି ତଳକୁ ଖସି ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଖାଲି ଭୁବନେଶ୍ବର ନୁହେଁ, କଟକର ସର୍ବନିମ୍ନ ତାପମାତ୍ରା ମଧ୍ୟ ୩ ଡିଗ୍ରି ଯାଏ ତଳକୁ ଖସି ୧୧ ଡିଗ୍ରି ରେକର୍ଡ ହୋଇଛି। ସ୍ବାଭାବିକ ଭାବେ ଏହି ସମୟରେ ଦ୍ବୈତନଗରୀର ସର୍ବନିମ୍ନ ତାପମାତ୍ରା ୧୪ରୁ ୧୫ ଡିଗ୍ରି ମଧ୍ୟରେ ରହିଥାଏ।

କିନ୍ତୁ ଏବେ ରାଜ୍ୟକୁ ଉତ୍ତରା ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ହେତୁ ତାପମାତ୍ରା କମିଛି ଓ ଶୀତ ବଢ଼ିଛି। ପ୍ରବଳ ଶୀତ ଯୋଗୁଁ ବସ୍ତି ଞ୍ଚଳରେ ଲୋକମାନେ ରାସ୍ତାକଡ଼ରେ ନିଆଁ ପୁଆଉଁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe