ପୃଥକ ଦୁର୍ଘଟଣା:୨ ମୃତ

Advertisment
ସ୍କୁଟି ଧକ୍କାରେ ବୃଦ୍ଧ ଆହତ

ଭୁବନେଶ୍ବର/ଖଣ୍ତଗିରି: ବୁଧବାର ସନ୍ଧ୍ୟାରେ ଦୁଇଟି ପୃଥକ୍‌ ପୃଥକ୍‌ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଦୁଇଟି ଯାକ ଘଟଣା ସମାନ ଢଙ୍ଗରେ ଘଟିଛି। ପ୍ରାୟ ୭ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ରେଣ୍ଟାଲ୍‌ କଲୋନିରେ ରହୁଥିବା କେନ୍ଦ୍ରାପଡ଼ାର ହ୍ରିତିକ୍‌ ରୋସନ୍‌ ରାଉତ (୨୭)ଙ୍କ ମୃତ୍ୟୁ ଘଟିଥିବା ବେଳେ ମଞ୍ଚେଶ୍ବର ଥାନା ଅଧୀନ ହାଇଟେକ୍‌ ଛକରେ ଏକ ଦୁର୍ଘଟଣାରେ ସତ୍ୟବିହାରର କୈବଲ୍ୟ ମିଶ୍ରଙ୍କର ମୃତ୍ୟୁ ଘଟିଛି। ହ୍ରିତିକ୍‌ ବାଇକ୍‌ (ଓଡି-୦୨ ବିବି ୬୦୯୨) ଯୋଗେ ପାତ୍ରପଡ଼ାରୁ ଖଣ୍ତଗିରି ଆସୁଥିବା ବେଳେ ପଛରୁ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତାରେ ପଡ଼ିଯିବା ପରେ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଦ୍ରୁତ ଗତିରେ ଫେରାର‌୍‌ ହୋଇଯାଇଥିଲା। ଖବର ପାଇ ଖଣ୍ତଗିରି ଥାନା ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି। ସେହିଭଳି କୈବଲ୍ୟ ରସୁଲଗଡ଼ ଆଡ଼କୁ ଆସୁଥିବା ବେଳେ ହାଇଟେକ୍‌ ଛକରେ ଏକ ଟ୍ରକ୍‌ ତାଙ୍କୁ ପଛରୁ ଧକ୍କା ଦେବା ସହ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମଞ୍ଚେଶ୍ବର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe