ଜମାଣ ଶୋଭାଯାତ୍ରାରେ ତଣ୍ଟିକଟା ଘଟଣା: ଜେଲ୍‌ ଗଲେ ଦୁଇ ଅଭିଯୁକ୍ତ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଧଉଳି : ଶିଶୁପାଳଗଡ଼ ଜମାଣ ଶୋଭାଯାତ୍ରା ଚାଲିଥିବା ବେଳେ ଘଟିଥିବା ଗଣ୍ଡଗୋଳ ମାମଲାରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଶିଶୁପାଳଗଡ଼ ପଞ୍ଚାୟତ ଅଧୀନ ଯୋଗମାୟା ସାହିର ସତ୍ୟପ୍ରକାଶ ହାତୀ ଓରଫ ହାପି(୨୨) ଓ ଅଭିଷେକ ନାୟକ(୨୩)। କୋର୍ଟରେ ଉଭୟଙ୍କ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଣ୍ଡଗୋଳ ମାମଲାରେ ୮ଜଣଙ୍କ ନାମରେ ଅଭିଯୋଗ କରାଯାଇଥିଲେ ହେଁ ୫ଜଣ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟ ୩ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି। ଗତ ୧୩ ତାରିଖ ବିଳମ୍ବିତ ରାତିରେ ଧଉଳି ଥାନା ପୁଲିସ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳରେ ଜଣେ ସଂପର୍କୀୟଙ୍କ ଘରେ ଚଢ଼ଉ କରି ସତ୍ୟପ୍ରକାଶ ଓ ଅଭିଷେକକୁ କାବୁ କରିଥିଲା।

ସୂଚନାନୁସାରେ, ଗତ ୪ ତାରିଖ ରାତି ପ୍ରାୟ ୧୨ଟାରେ ଜମାଣ ଚାଲିଥିବା ବେଳେ ଗ୍ରାମର ପତିତପାବନ ମନ୍ଦିର ନିକଟରେ ଉଭୟ ଗୋଷ୍ଠୀର ଯୁବକମାନଙ୍କ ମଧ୍ୟରେ ପୂର୍ବବିବାଦକୁ କେନ୍ଦ୍ର କରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସତ୍ୟପ୍ରକାଶ ସମେତ ଅଭିଷେକ ଓ ଅନ୍ୟ କିଛି ସହଯୋଗୀ ସ୍ମୃତିରଞ୍ଜନ ପାତ୍ରଙ୍କୁ ମାଡ଼ ମାରିବା ସହ ଏକ ଧାରୁଆ ଖୁରରେ ତାଙ୍କ ତଣ୍ଟି କାଟି ଦେଇଥିଲେ। ସ୍ଥାନୀୟ ଲୋ‌କେ ତାଙ୍କୁ ଉଦ୍ଧାର କରି ନିକଟସ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe