ସ୍ବାଧୀନତା ଦିବସରେ କବିତା ପାଠ କରିବେ ଅଢ଼େଇ ହଜାର କବି

Advertisment
ସ୍ବାଧୀନତା ଦିବସରେ କବିତା ପାଠ କରିବେ ଅଢ଼େଇ ହଜାର କବି

NandighoshaTV

ଭୁବନେଶ୍ବର: ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସ୍ବାଧୀନତା ଦିବସ ଦିନ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଏକ ଅନନ୍ୟ କବିତା ପାଠୋତ୍ସବ ଆୟୋଜିତ ହେବ। ଏହି ଅବସରରେ ଆସନ୍ତାକାଲି ଅପରାହ୍ନ ୩ଟାରେ ରାଜ୍ୟର ୨୫ଟି ଜିଲ୍ଲାର ମୋଟ ୧୨୫ଟି ସ୍ଥାନରେ ସ୍ଥାନପିଛା ୨୦ଜଣ କରି ‌ମୋଟ ଅଢ଼େଇ ହଜାର କବି ଦେଶାତ୍ମବୋଧ କବିତା ପାଠ କରିବେ।
ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲାରେ ପୂର୍ବରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୋଟ ୨୫ଟି ସ୍ଥାନରେ ୫ଶହ କବି କବିତା ପଢ଼ି ଇତିହାସ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସା‌ହିତ୍ୟିକ ଓ ସମାଜସେବୀଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି। ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମକୁ ଏକାଡେମିର ଜିଲ୍ଲା ପ୍ରତିନିଧି ଓ ନିର୍ବାଚିତ ସଦସ୍ୟ/ସଦସ୍ୟାମାନେ ପରିଚାଳନା କରୁଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ଭିଡିଓ ରେକର୍ଡିଂ ମଧ୍ୟ କରାଯାଉଛି। ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଓଡ଼ିଶା ସାହିତ୍ୟ ଏକାଡେମିର ଏହି କବିତାପାଠ କାର୍ଯ୍ୟକ୍ରମ ଅନନ୍ୟ ଓ ଅତ୍ୟନ୍ତ ଅଭିନବ ହୋଇଥିବାରୁ ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି ବୋଲି ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ମତ ଦେଇଛନ୍ତି। ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଶ୍ରୀ ରାଉତ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe