ମାର୍‌ପିଟ୍‌ ଅଭିଯୋଗରେ ୨ ଗିରଫ

Advertisment
ମାର୍‌ପିଟ୍‌ ଅଭିଯୋଗରେ ୨ ଗିରଫ

ଖଣ୍ଡଗିରି : ସୋମବାର ଅପରାହ୍ଣରେ ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଏକ ମାର୍‌ପିଟ୍‌ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଫାଣ୍ଡି ଅନ୍ତର୍ଗତ ଓଗାଳପଡ଼ା ଗାଁର ନିରଜଂନ ସ୍ୱାଇଁ(୨୪) ଓ ମୁଣ୍ଡମୁହାଁଣ ଗାଁର ଦୀପକ ପରିଡ଼ା(୨୭)। ମାନସ ରଂଜନ ପରିଡ଼ା ନାମକ ଜଣେ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ମାନସଙ୍କ ଅଭିଯୋଗ ଅନୁସାରେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାବେଳେ ସ୍ଥାନୀୟ ସ୍କୁଲ ଖେଳପଡ଼ିଆରେ ଏକ କ୍ରିକେଟ୍‌ ମ୍ୟାଚ୍‌ ହେଉଥିଲା ଓ ସେ ସେଠାରେ ବସି ଖେଳ ଦେଖୁଥିଲେ। ଏହି ସମୟରେ ନିରଜଂନ ଓ ଦୀପକ ସେଠାରେ ପହଞ୍ଚି ଗାଳିମନ୍ଦ କରିଥିଲେ। ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ। ନିଜ ପଡ଼ୋଶୀ ଘରର ପିଲା ହୋଇଥିବାରୁ ମାନସ ସେମାନଙ୍କୁ ଏଭଳି ପାଟିତୁଣ୍ଡ ନ କରିବାକୁ ବୁଝାଇଥିଲେ। ମାତ୍ର ସେମାନେ ପାଲଟା ରାଗି ଯାଇ ତାଙ୍କୁ ଧକ୍କା ମାରିଥିଲେ। ମାନସ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ବନ୍ଧୁକରେ ଉଡ଼ାଇଦେବେ ବୋଲି ଧମକ ଦେଇଥିଲେ। ଏ ନେଇ ତୁରନ୍ତ ମାନସ ଯାଁଳା ଫାଣ୍ଡିକୁ ଜଣାଇଥିଲେ ଓ ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ଅଭିଯୁକ୍ତଦ୍ୱୟଙ୍କୁ ଧରି ନେଇଥିଲା। ଗଣ୍ଡଗୋଳର କାରଣ ଜଣାପଡ଼ିନାହିଁ। ପୁଲିସ ତଦନ୍ତ ଜାରି ରହିଛି। ମାନସଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିବା ସୂଚନା ଦେଇଛି।

ମଦ ଦୋକାନରୁ ଲୁଟ୍‌ ଘଟଣା; ଫେରାର୍‌ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଜୟଦେବବିହାର ଅଞ୍ଚଳର ଏକ ମଦ ଦୋକାନରୁ ଲୁଟ୍‌ ଘଟଣାର ପ୍ରାୟ ଏକ ବର୍ଷ ପରେ ନୂଆପଲ୍ଲୀ ଥନା ପୁଲିସ ଫେରାର୍‌ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ସାଲିଆସାହି ନୀଳଚକ୍ରନଗର ଅଞ୍ଚଳର ଲକ୍ଷ୍ମୀଧର ମହାରଣା(୨୪)। ୨୦୧୬ ମସିହା ଡିସେମ୍ବର ୧୨ ତାରିଖରେ ରଞ୍ଜନ ରାଉତ ନାମକ ଜଣେ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଲକ୍ଷ୍ମୀଧର ଓ ତାର ୩ଜଣ ସହଯୋଗୀ ଅଚାନକ ଆକ୍ରମଣ କରିଥିଲେ ଏବଂ ତାଙ୍କ ପାଖରୁ ୨୫ ହଜାର ଟଙ୍କା ନେଇଯାଇଥିଲେ। ଏନେଇ ରଞ୍ଜନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୂର୍ବରୁ ୩ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଲକ୍ଷ୍ମୀଧର ଫେରାର୍‌ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe