ବାରଙ୍ଗ : ଟ୍ରାନ୍ସଫର୍ମର୍‌ ଚୋର ଗ୍ୟାଙ୍ଗ୍‌ର ୨ ଅଟକ, ଫେରାର୍‌ଙ୍କୁ ଖୋଜୁଛି ପୁଲିସ

ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ବାରଙ୍ଗ : ଗତ ରାତିରେ ସ୍ଥାନୀୟ ଗୋଡ଼ିସାହି ଫାଣ୍ଡି ଭାଲୁଙ୍କା ବସ୍ତିରୁ ଟ୍ରାନ୍ସଫର୍ମର ଚୋରି କରୁଥିବା ବେଳେ ଗ୍ୟାଙ୍ଗ୍‌ର ୨ଜଣ ଧରାପଡିଛନ୍ତି। ଗ୍ରାମବାସୀମାନେ ଚୋର ଦୁହିଁଙ୍କୁ ବହେ ଛେଚିବା ପରେ ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତଦ୍ବୟ ଜଟଣୀ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଏହି ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି। ଏହି ଗ୍ୟାଙ୍ଗ୍‌ ଧରାପଡ଼ିଲେ, ଜଟଣୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଅଞ୍ଚଳରୁ ଲଗାତାର ହେଉଥିବା ଟ୍ରାନ୍‌ସଫର୍ମର ଚୋରି ବାବଦରେ ବହୁ ତଥ୍ୟ ମିଳିବ ବୋଲି ବିଦ୍ୟୁତ୍ ବିଭାଗ ଆଶା କରିଛି।

ସୂଚନାନୁସାରେ ଗତ ରାତିରେ ଲାଇନ୍ କଟିଥିଲା। ତେଣୁ ବସ୍ତିବାସିନ୍ଦାମାନେ ଲାଇନ୍‌ କଟିବାର କାରଣ ଜାଣିବା ପାଇଁ ବାହାରକୁ ଆସିଥିଲେ। ଏତିକିବେଳେ ଗାଁରେ ବସିଥିବା ବିପିଏଲ୍ ଟ୍ରାନ୍ସଫର୍ମର ନିକଟରେ ଏକ ଡାଲା ଅଟୋ ଠିଆ ହୋଇଥିବା ସେମାନେ ଦେଖିଥିଲେ। ବସ୍ତି ଲୋକେ ସନ୍ଦେହ କରି ଉକ୍ତ ଅଟୋ ପାଖକୁ ଯାଇଥିଲେ। ଲୋକଙ୍କୁ ଦେଖି ଅଟୋ ଚାଳକ ଦ୍ରୁତବେଗରେ ସେଠାରୁ ପଳାଇଥିଲା। ମାତ୍ର ସେତେବେଳକୁ ଟ୍ରାନ୍‌ସଫର୍ମର ଖୋଲିବା ପାଇଁ ଖମ୍ବରେ ଚଢ଼ିଥିବା ଦୁଇ ଜଣ ବିକଳରେ ତଳକୁ ଡେଇଁ ନିକଟସ୍ଥ ବଣ ଭିତରେ ଛପି ଯାଇଥିଲେ। ଗ୍ରାମବାସୀମାନେ ସେମାନଙ୍କ ପିଛା ଛାଡ଼ି ନଥିଲେ ଓ ସକାଳ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ଘେରି ରହିଥିଲେ। ସକାଳ ହେବାରୁ ଛପିଥିବା ୨ ଚୋର ଧରାପଡ଼ିଥିଲେ। ସେମାନଙ୍କ ପାଖରୁ ଟ୍ରାନ୍‌ସଫର୍ମର ଖୋଲିବା ପାଇଁ ବ୍ୟବହାର କରାଯାଉଥିବା ବଡ଼ ବଡ଼ ରେଞ୍ଚି ଭଳି ବିଭିନ୍ନ ଉପକରଣ ମିଳିଥିଲା। ଚୋର ଦୁହିଁଙ୍କୁ ବହେ ଛେଚିବା ପରେ ଲୋକେ ଗୋଡ଼ିସାହି ଫାଣ୍ଡି ପୁଲିସକୁ ଡକାଇଥିଲେ। ଉତ୍ତମ ମଧ୍ୟମ ପାଇବା ପରେ ସେମାନେ ଟ୍ରାନ୍‌ସଫର୍ମର ଚୋର ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ମାନି ଯାଇଥିଲେ। ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe