NewsKarnataka
ଭୁବନେଶ୍ବର : ବୁଧବାର ବିଳମ୍ବିତ ରାତିରେ ଗଣ୍ଡମୁଣ୍ଡା ଲେନ୍-୪ରେ ମାରଣାସ୍ତ୍ର ଧରି କାର୍ ଓ ବାଇକ୍ ଭାଙ୍ଗିବା ଘଟଣାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତାରିଣୀ ବସ୍ତିର ପ୍ରଶାନ୍ତ ସାହୁ(୨୩) ଓ କରମ ରାଉତ(୨୪)। ଉଭୟ ତାରିଣୀ ବସ୍ତିରେ ରହୁଥିବା ବେଳେ ଆଉ ୬ଜଣ ଦୁର୍ବୃତ୍ତ ଗଣ୍ଡମୁଣ୍ଡା ଅଞ୍ଚଳର ବୋଲି ପୁଲିସ୍ କହିଛି।
କିଛି ଦିନ ପୂର୍ବରୁ ସାମାନ୍ୟ ପାଣି ପକାକୁ କେନ୍ଦ୍ର କରି ଏହି ଯୁବକମାନେ ଗଣ୍ଡମୁଣ୍ଡାର ଜଣେ ଯୁବକଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ମାତ୍ର ଏହି ଅସାମାଜିକ ଗୋଷ୍ଠୀଙ୍କ ବିରୋଧରେ ଥାନାକୁ ଗଲେ ତାକୁ ପୁଣି ଜାମିନରେ ଆସି ମାଡ଼ ମାରିବେ ବୋଲି ଧମକ ଦେବାରୁ ଭୟରେ ଉକ୍ତ ଯୁବକ ଓ ତାଙ୍କ ପରିବାର ଥାନାରେ ଏତଲା ଦେଇନଥିବା କହିଛନ୍ତି। ଅପରପକ୍ଷରେ ପୁଲିସ୍ ମଧ୍ୟ ସବୁ ଘଟଣାକୁ ଜାଣି କେବଳ ରଫାଦଫା କରିଦେଇଥିଲା। ଏହି ଅଭିଯୁକ୍ତଙ୍କ ମଧ୍ୟରେ କିଛି ଯୁବକ ଦେଢ଼ବର୍ଷ ତଳେ ବ୍ରାଉନ୍ସୁଗାର ବ୍ୟବସାୟକୁ କେନ୍ଦ୍ର କରି ଏକ ପରିବାରର ବାପ-ପୁଅଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ପୁଅର ମୃ୍ତ୍ୟୁ ଘଟିଥିଲା।
Follow Us