ଟଙ୍କା ଦେଣନେଣକୁ କେନ୍ଦ୍ର କରି ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଦୁଇ ଗିରଫ

Advertisment
ପାର୍ଲରବାଲିଙ୍କ କାରନାମା: ଭିଡିଓ କରି ମାଗୁଥିଲେ ୨୦ଲକ୍ଷ

Image Courtesy of India Today

ପୁରୁଣା ଭୁବନେଶ୍ୱର : ଟଙ୍କା ନେଣଦେଣକୁ କେନ୍ଦ୍ର କରି ଆଜି ଏୟାରଫିଲଡ଼୍‌ ଥାନା ଅଧୀନ ଭୀମଟାଙ୍ଗୀ ଖଣ୍ଡୁଆଳ ବସ୍ତିରେ ଏକ ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ମୁରଲୀଧର ରାଉତ ନାମକ ଯୁବକ ଗୁରୁତର ହୋଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିବାରୁ ପୁଲିସ ଦୁଇ ଜଣକୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ପ୍ରଦୀପ ସ୍ବାଇଁ(୩୩) ଓ ରବି ବରାଳ(୨୬)।

ପୁଲିସ ସୂଚନା ଅନୁଯାୟୀ, ଖଣ୍ଡୁଆଳ ବସ୍ତିର ମୁରଲୀଧର ରାଉତଙ୍କ ପତ୍ନୀ ଚିଟ୍‌ଫଣ୍ଡରେ ଟଙ୍କା ବିନିଯୋଗ କରିବା ପାଇଁ ବସ୍ତିର କିଛି ମହିଳାଙ୍କଠାରୁ ପୂର୍ବରୁ ଟଙ୍କା ନେଇଥିଲେ। ଏବେ ଲକ୍‌ଡାଉନ୍‌ ଯୋଗୁଁ ସେ ଉକ୍ତ ଟଙ୍କା ଫେରାଇ ପାରିନଥିଲେ। ଏହାକୁ କେନ୍ଦ୍ର କରି ଗତକାଲି ମୁରଲୀ ଓ ତାଙ୍କ ସ୍ତ୍ରୀଙ୍କୁ ବସ୍ତିର ଲୋକମାନେ ପ୍ରଦୀପଙ୍କ ଘରକୁ ଡାକିଥିଲେ। ସେଠାରେ ୫ରୁ ଉର୍ଧ୍ବ ଲୋକ ଦମ୍ପତିଙ୍କୁ ଗାଳିଗୁଲଜ କରିଥିଲେ। ଦମ୍ପତି ଏହାକୁ ବିରୋଧ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଦୀପ ଏକ କାଠଫାଳିଆରେ ମୁରଲୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ମୁରଲୀଙ୍କ ମୁଣ୍ଡ ଫାଟି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe