ଅବସରପ୍ରାପ୍ତ ସେନାଅଧିକାରୀଙ୍କୁ ଆକ୍ରମଣ ମାମଲାରେ ୨ ଗିରଫ

ଜେଲ ଗଲା ଜଣେ ଅଭିଯୁକ୍ତ, ଅନ୍ୟ ଜଣେ ଗୃହ ସଂଗରୋଧରେ

ଧାର୍ମିକ ଲେଖାକୁ ନେଇ ବିବାଦ; ଜଣେ ଗିରଫ

indiatoday

ବାଲିଅନ୍ତା: ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ବାଲିଅନ୍ତା ଥାନା ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପୁଲିସ୍‌ ବାଳକାଟି ହସ୍ପିଟାଲକୁ ନିଆଯାଇଥିଲା। କୋଭିଡ୍‌ ପରୀକ୍ଷା‌ରେ ଜଣେ ପଜିଟିଭ୍‌ ଚିହ୍ନଟ ହେବାରୁ ତାକୁ ଗୃହ ସଂଗରୋଧରେ ରଖାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଂଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ତଦନ୍ତରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ପୁଲିସ୍‌ ଅଭିଯୁକ୍ତଦ୍ବୟଙ୍କ ନାମ ଓ ପରିଚୟ ଗୋପନ ରଖିଛି।

ପୁଲିସ ସୂଚନା ମୁତାବକ, ବାଲିଅନ୍ତା ତହସିଲ ଅଧୀନ ସତ୍ୟଭାମାପୁର ମୌଜାରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କର ୪ଏକରର ଘରବାଡ଼ି କିସମର ଜମି ରହିଛି। ଉକ୍ତ ଜମିକୁ ଜଣେ ନେତା ଚଞ୍ଚକତା କରି ହଡ଼ପ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ଗତ ୨୫ତାରିଖ ସଂଧ୍ୟାରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କ ଲୁହାଗେଟ୍‌ ଭାଙ୍ଗିବା ସହ ତାଙ୍କୁ ମାଡ଼ ମାରି କ୍ଷତାକ୍ତ କରିଥିଲେ। ଏନେଇ ଅଭିଯୋଗ‌ ହେବାରୁ ପୁଲିସ୍ ୧୦ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଖୁବ୍‌ଶୀଘ୍ର ବାକି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe