Sambad English
ଚନ୍ଦ୍ରଶେଖରପୁର : ସାଙ୍ଗଠାରୁ ୨୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ବିହାରୀ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିହାର ପାଟଣା ବାଡ଼ ଅଞ୍ଚଳର ବିମଲ କୁମାର (୬୦) ଓ ମନୋଜ କୁମାର (୫୨)। ସେମାନେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ସୁବାସ ଚନ୍ଦ୍ର ଗଞ୍ଜଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସାଙ୍ଗ ହୋଇଥିବାରୁ ସୁବାସ ସେମାନଙ୍କୁ ବିଶ୍ବାସ କରି ରିଅଲ୍ଇଷ୍ଟେଟ୍ ବ୍ୟବସାୟ କରିବା ପାଇଁ ଅଗ୍ରୀମ ୨୦ ଲକ୍ଷ ଟଙ୍କା ଦେଇଥିଲେ। ଠକାମିର ଶିକାର ହେବା ଜାଣିବା ପରେ ସୁବାସ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ଫୋନ୍ ଟ୍ରାକ୍ କରି ସେମାନଙ୍କୁ ବିହାର ପାଟନାର ବାଡ଼ ଅଞ୍ଚଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
Follow Us