୨ ଲୁଟେରାଙ୍କଠାରୁ ୨ ବାଇକ୍‌ ଜବତ

Advertisment
୨ ଲୁଟେରାଙ୍କଠାରୁ ୨ ବାଇକ୍‌ ଜବତ

ବାରଙ୍ଗ : ବାରଙ୍ଗ ଥାନା ପୁଲିସ ୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରା ଦୁଇ ଜଣ ହେଲେ ବାରଙ୍ଗ ଥାନା ଅଧୀନ ମୁଣ୍ଡମୁହାଣ ଗ୍ରାମର ଚନ୍ଦନ ବ‌େହେରା (୨୪) ଓ ଗୋଠପୁର ସାମଲ ସାହିର ଆକନ ଓରଫ ଅକାଶ ସାମଲ(୨୪)। ପୁଲିସ ସେମାନଙ୍କ ଠାରୁ ‌ଲୁଟ୍‌ କରିଥିବା ୧୫ ହଜାର ଟଙ୍କା, ଦୁଇଟି ବାଇକ୍ ଓ ୬ଟି ମୋବାଇଲ ଫୋନ୍ ଜବତ୍ କରିଛି।

ଅଭିଯୁକ୍ତ ଚନ୍ଦନ ନାଁରେ ବାରଙ୍ଗ ଥାନାରେ ୭ଟି ଓ ବିଡ଼ାନାସୀ, ଜଗତପୁର, ମାହାଙ୍ଗା, ପୁରୀଘାଟ ଥାନାରେ ୧୧ଟି ଲୁଟ୍ ମାମଲା ଥିବା ଜଣାପଡ଼ିଛି। ସେହିମଳି ଆକନ ନାଁରେ ପୁରୀଘାଟ ଥାନାରେ ୬ଟି, ବାଦାମବାଡ଼ି ଥାନାରେ ୨ଟି, ମଧୁପାଟଣା ଓ ଜିଆରପି ଥାନାରେ ମୋଟ ୧୨ଟି ମାମଲା ରହିଛି। ସ୍ଥାନୀୟ କୁହ୍ନେଇପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ ରହୁଥିବା ସୁଧୀର କୁମାର ପାତ୍ରଙ୍କ ଘରୁ ଗତ ୨୨ ତାରିଖ ରାତିରେ ଚୋରି ହୋଇଥିବା ନେଇ ସେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତିକରି ତଦନ୍ତ କରି ବାରଙ୍ଗ ଥାନା ପୁଲିସ ଏହି ଲୁଟେରାଦ୍ବୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe