‘ମାଇଁ ଫାଷ୍ଟ ଥାର୍ଟି ଫାଇଭ୍‌ ଇଅର୍ସ’ ଓ ‘ଗାଁରେ ସେହିସବୁ ଦିନ’ ଉନ୍ମୋଚିତ

‘ମାଇଁ ଫାଷ୍ଟ ଥାର୍ଟି ଫାଇଭ୍‌ ଇଅର୍ସ’ ଓ ‘ଗାଁରେ ସେହିସବୁ ଦିନ’ ଉନ୍ମୋଚିତ

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ‌ଗଣେଶୀ ଲାଲ୍‌ ଆଜି ସ୍ବନାମଧନ୍ୟ ଲେଖକ ତଥା ଖୋର୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ ୨ଟି ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଦୁଇଟି ମଧ୍ୟରୁ ଗୋଟିଏ ହେଉଛି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀର ଇଂରାଜୀ ଅନୁବାଦ ‘ମାଇଁ ଫାଷ୍ଟ ଥାର୍ଟି ଫାଇଭ୍‌ ଇଅର୍ସ’ ଓ ଅନ୍ୟଟି ହେଉଛି ଲେଖକଙ୍କ ସ୍ବରଚିତ ଓଡ଼ିଆ ପୁସ୍ତକ ‘ଗାଁରେ ସେହିସବୁ ଦିନ’। ପ୍ରଥମ ପୁସ୍ତକଟି ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ୍‌’ ଦ୍ବାରା ପ୍ରକାଶ ପାଇଥିବା ବେଳେ ଦ୍ବିତୀୟଟି କଟକର ‘ବିଜୟ ବାର୍ତ୍ତା’ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇଛି। ଉନ୍ମୋଚନ ସମାରୋହ‌ରେ ଲେଖକଙ୍କ ପତ୍ନୀ ଧରିତ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଉନ୍ମୋଚନ ଅବସରରେ ଲେଖକ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଶ୍ବରରେ ଗାଁ ଦାଣ୍ଡଠାରୁ ବଡ଼ ରଙ୍ଗମଞ୍ଚ ଆଉ ଦୁନିଆରେ ନାହିଁ। ବର୍ଷକ ବାରମାସ ଗାଁ ଦାଣ୍ଡରେ ନାଚ, ଗୀତ ବିଭିନ୍ନ ପର୍ବ ପାଳନ କରାଯାଇଥାଏ। ଗାଁର ସବୁ ଅନୁଭୂତି ନିଆରା। ‘ଗାଁରେ ସେହି ସବୁ ଦିନ’ ମୁଁ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ ଥିବା ସମୟରେ ଲେଖିବାର ସୁଯୋଗ ପାଇଥିଲି। ଓଡ଼ିଆ ସଂସ୍କୃତି, ପରମ୍ପରା, ଧର୍ମ ଭାବନାକୁ ନେଇ ଏହି ପୁସ୍ତକ ରଚନା କରାଯାଇଛି। ପ୍ରତ୍ୟେକ ଓଡ଼ିଆ ଏହି ପୁସ୍ତକରେ ନିଜର ପ୍ରତିଫଳନ ପାଇବେ। ଜ୍ଞାନପୀଠ ବିଜେତା ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀ ଏଇ ପୃଥୀରେ ପଇଁତିରିଷି ଓଡ଼ିଆ ପୁସ୍ତକର ଇଂରାଜୀ ଅନୁବାଦ ‘ମାଇଁ ଫାର୍ଷ୍ଟ ଥାର୍ଟି ଫାଇଫ୍ ଇୟର୍ସ’। ଇଂରାଜୀ ଅନୁବାଦ ଦ୍ବାରା ଲେଖଙ୍କର ଜୀବନୀକୁ ଭାରତ ଓ ଭାରତ ବାହାରେ ଥିବା ଲୋକମାନେ ସହଜରେ ପଢ଼ି ପାରିବେ। ଦୁଇଟି ପୁସ୍ତକ ପଠନଶୀଳ। ଯାହା ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ବିଶ୍ବାସ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe