ଦୁଇ ଭାଇଙ୍କୁ ଛୁରାମାଡ଼ ମାମଲା: ୩ଜଣଙ୍କୁ କୋର୍ଟ ଚାଲାଣ

Advertisment

ବୁଧବାର ପାତ୍ରପଡ଼ାରେ ଦୁଇ ଭାଇଙ୍କୁ ଛୁରାମାଡ଼ ହୋଇଥିଲା। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜଣେ ନାବାଳକ ସମେତ ୪ଜଣଙ୍କୁ କାବୁ କରିଛି। ମୁଖ୍ୟ ଅଭିଯୁକ୍ତ ପାତ୍ରପଡ଼ା ଗାଁର ବିଜୟ ପାଟ୍ଟଶାଣୀ(୨୦)....

ବୁଧବାର ପାତ୍ରପଡ଼ାରେ ଦୁଇ ଭାଇଙ୍କୁ ଛୁରାମାଡ଼ ହୋଇଥିଲା। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜଣେ ନାବାଳକ ସମେତ ୪ଜଣଙ୍କୁ କାବୁ କରିଛି। ମୁଖ୍ୟ ଅଭିଯୁକ୍ତ ପାତ୍ରପଡ଼ା ଗାଁର ବିଜୟ ପାଟ୍ଟଶାଣୀ(୨୦)....

dgdjgdjbcbn

ଖଣ୍ଡଗିରି: ବୁଧବାର ପାତ୍ରପଡ଼ାରେ ଦୁଇ ଭାଇଙ୍କୁ ଛୁରାମାଡ଼ ହୋଇଥିଲା। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜଣେ ନାବାଳକ ସମେତ ୪ଜଣଙ୍କୁ କାବୁ କରିଛି। ମୁଖ୍ୟ ଅଭିଯୁକ୍ତ ପାତ୍ରପଡ଼ା ଗାଁର ବିଜୟ ପାଟ୍ଟଶାଣୀ(୨୦), ଓମ୍‌ ପ୍ରକାଶ ବେହେରା(୧୯), ଆଦିତ୍ୟ ବେହେରା ଓରଫ ବଣ୍ଟି(୨୧)ଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ଏବଂ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରିଛି। ପୁଲିସ ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃ୍ତ ଛୁରି ଜବତ କରିଛି।

ଗତକାଲି ଦୁଇ ଭାଇ ଆଲୋକ ସାମନ୍ତରାୟ ଓ ଦିବ୍ୟଜ୍ୟୋତି ସାମନ୍ତରାୟ ବାଇକ୍‌ ଯୋଗେ ପାତ୍ରପଡ଼ାସ୍ଥିତ ସେମାନଙ୍କ ଘରକୁ ଫେରୁଥିଲେ। ଗାଁ ମୁଣ୍ଡ ତାରିଣୀ ମନ୍ଦିର ଛକରେ ଅଭିଯୁକ୍ତମାନେ ଦୁଇ ଭାଇଙ୍କୁ ଅଟକାଇ ଛୁରାମାଡ଼ କରିଥିଲେ। ବିଜୁ ନାଁରେ ପୂର୍ବରୁ ତମାଣ୍ଡୋ ଥାନାରେ ୨ଟି ସଂଗିନ୍‌ ମାମଲା‌ ଥିବା ବେଳେ ବଣ୍ଟି ନାଁରେ ତମାଣ୍ଡୋ ଓ ଭରତପୁର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe