ଭୁବନେଶ୍ୱରରେ ୨ ମଦୁଆ ଚାଳକଙ୍କୁ ୨୦ ହଜାର ଟଙ୍କା ଜରିମାନା

Advertisment
ଭୁବନେଶ୍ୱରରେ ୨ ମଦୁଆ ଚାଳକଙ୍କୁ ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଜାନୁଆରି ମାସରୁ ଆଉ ନିସ୍ତାର ନାହିଁ। ମୋଟେର ଯାନ ଆଇନ ଉଲ୍ଲଂଘନ କଲେ ଫସିବେ ଚାଳକ। ବାଇକ୍‌ରେ ଦୁଇଦୁଇ ହେଲ୍‌ମେଟ୍‌ ହେଉ ବା ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା, ସବୁଥିରେ ହେବ ଜୋରଦାର କାର୍ଯ୍ୟାନୁଷ୍ଠାନ। ତେବେ ଏହି ଅବଗଣନା ସହ ଚଢ଼ଉ ଜୋର ଦାର ହୋଇଛି। ଆଜି ଆରଟିଓ-୧ ପକ୍ଷରୁ ଆଚାର୍ଯ୍ୟ ବିହାର ଠାରେ ଚଢ଼ଉ କରାଯାଇ ଦୁଇଜଣ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଛି। ମଦ ପିଇ ଗାଡି ଚଳାଉଥିବା ୨ ଜଣ ଗାଡ଼ି ଚାଳକଙ୍କୁ ୨୦ ହଜାର ଟଙ୍କା ଜରିମାନା ହୋଇଛି। ଜଣକୁ ୧୫ ହଜାର ଟଙ୍କା ଜରିମାନା ହୋଇଛି। ସେହିଭଳି ଅନ୍ୟ ଗାଡ଼ି ଚାଳକଙ୍କୁ ୫ ହଜାର ଟଙ୍କା ଜରିମାନା ହୋଇଥିବା ଜଣାଯାଇଛି। ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହ ସହିଦନଗର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ତା ସହିତ ସଂଶୋଧିତ ମୋଟର ଯାନ ଆଇନ ବଳରେ ମୋଟା ଅଙ୍କର ଜରିମାନା କରାଯାଇଛି। ଆଗକୁ ଏଭଳି ଚଢ଼ଉ ହେବ ବୋଲି ପରିବହନ ଅଧିକାରୀ ସୂଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe