ଭାର୍ଗବୀ ପଠାରୁ ଶବ ଜବତ ମାମଲା: ଦୁଇ କାଠମିସ୍ତ୍ରି ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର୍

Advertisment
ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

the Indian express

ଧଉଳି: ସରଦେଇପୁର ଡାକବଙ୍ଗଳା ପଛ ଭାର୍ଗବୀ ନଦୀପଠାରୁ ଜବତ ହୋଇଥିବା କାଠ କାରିଗର ଜଗନ୍ନାଥ ମହାରଣା(୩୦)ଙ୍କ ମୃତଦେହ ମାମଲା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ମୃତକ ଜଗନ୍ନାଥଙ୍କ ସାନ ଭାଇ ବଳରାମ ଆଜି ଧଉଳି ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ପୁଲିସ ଦୁଇ ଜଣ କାଠମିସ୍ତ୍ରିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଏମାନଙ୍କ ଅନ୍ୟ ଜଣେ ସହଯୋଗୀ ଫେରାର୍ ହୋଇଯାଇଥିବାରୁ ପୁଲିସ ତାକୁ ଠାବ କରିବା ପାଇଁ ଗଞ୍ଜାମ କୋଦଳା ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ବ୍ୟବସାୟିକ ଶତ୍ରୁତାକୁ ନେଇ ଜଗନ୍ନାଥଙ୍କୁ ସାଥୀ କାଠ ମିସ୍ତ୍ରିମାନେ ହତ୍ୟା କରିଥିବା ଅନୁମାନ କରାଯାଉଛି।

ବଳରାମଙ୍କ ଅଭିଯୋଗ ଆ‌ଧାରରେ ପୁଲିସ ବ୍ୟାବସାୟିକ ଶତ୍ରୁତା ଦିଗକୁ ନେଇ ତଦନ୍ତ କରୁଛି ବୋଲି ଏସିପି ବିଷ୍ଣୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି। ଧଉଳି ଥାନା ପୁଲିସ ଧଉଳିଛକସ୍ଥିତ ପୁରୁଣା ମାଲିକଙ୍କ ଘରେ ଚଢ଼ଉ କରି ଦୁଇ ଜଣ କାଠମିସ୍ତ୍ରିଙ୍କୁ ଉଠାଇ ନେଇଛି। ତେବେ ସେମାନଙ୍କ ସହ ଥିବା ଅନ୍ୟ ଜଣେ କାଠ ମିସ୍ତ୍ରି ଘଟଣା ପର ଠାରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଜଗନ୍ନାଥଙ୍କ ମୃତଦେହ ଜବତ ହେବା ପୂର୍ବ ଦିନ ରାତିରେ ଏହି ତିନି ଜଣ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ନେଇ କିଛି ଲୋ‌କ ପୁଲିସକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଥାନାରେ ଅଟକ ଥିବା ଦୁଇ କାଠ କାରିଗର ଏବଂ ଫେରାର୍ ଥିବା କାଠ କାରଗରଙ୍କ ସହ ମିଶି ମୃତକ ଜଗନ୍ନାଥ ଧଉଳି ଅଞ୍ଚଳରେ କାମ କରୁଥିଲେ। ପରେ କୌଣସି କାରଣ ପାଇଁ ପୁରୁଣା ମାଲିକଙ୍କ ସହ ମନୋମାଳିନ୍ୟ ହେବାରୁ ଜଗନ୍ନାଥ କାମ ଛାଡ଼ି ପଳାଇଥିଲେ। ତା’ ପରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଠିକାଦାର ସୁଶାନ୍ତଙ୍କ ପାଖରେ ରହି ବରଗଡ଼ ଅଞ୍ଚଳରେ କାମ କରୁଥିଲେ। ୧୦ ତାରିଖ ଦିନ ଭାର୍ଗବୀ ପଠାରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe