ଭୁବନେଶ୍ବର : କମିସନରେଟ୍ ପୁଲିସରେ ଦୁଇ କନେଷ୍ଟବଳଙ୍କୁ କରୋନା। ଉଭୟଙ୍କର ଆଜି ପଜିଟିଭ୍ ରିପୋର୍ଟ ଆସିବା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲ ପଠାଇ ଦିଆଯାଇଛି। ଜଣେ କ୍ବାରାଣ୍ଟିନ୍ରେ ଥିବା ବେଳେ ଅନ୍ୟ ଜଣେ ଏକ ଥାନାରେ ଥିଲେ। ଫଳରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନଙ୍କୁ କରୋନା ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଣୁ ସମ୍ପୃକ୍ତ ଥାନାରେ ସମସ୍ତ କର୍ମଚାରୀଙ୍କର ଆଜି ସ୍ବାବ୍ ପରୀକ୍ଷା ପାଇଁ ଯାଇଛି। ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ଥାନାକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି। କିନ୍ତୁ ଏତଲାକାରୀଙ୍କୁ ସଂକ୍ରମଣ ହେବା ନେଇ ଆଶଙ୍କା ରହିଥିବାରୁ ସେମାନେ ଭୟଭୀତ ହୋଇଛନ୍ତି। କିଛି ଦିନ ହେବ ଥାନା ପ୍ରବେଶ ନେଇ କଟକଣା ହେବା ସହ ମୁଖ୍ୟ ଫାଟକରେ ଏତଲା ଗ୍ରହଣ କରିବାକୁ ବ୍ୟବସ୍ଥା ହୋଇଥିବାରୁ ଏତଲାକାରୀଙ୍କୁ ସଂକ୍ରମଣ ସମ୍ଭାବନା କମ୍ ରହିଛି ବୋଲି କୁହାଯାଇଛି। ଥାନାର କନେଷ୍ଟବଳ କେମିତି ସଂକ୍ରମିତ ହେଲେ, ସେ ନେଇ ସୂଚନା ଦିଆଯାଇନାହିଁ। ସେ କାହା ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ, ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ମହାରାଷ୍ଟ୍ର ପୁଲିସ ବିଭାଗରେ କରୋନା ସ୍ଥିତିକୁ ଦେଖି କମିସନରେଟ୍ ପୁଲିସରେ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କରୋନା ଲଢ଼େଇରେ ଏମାନେ ମୁଖ୍ୟଯୋଦ୍ଧା ହୋଇଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇଥିଲା। ଏନ୍ଫୋର୍ସମେଣ୍ଟ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପିପିଇ କିଟ୍ ଦିଆଯାଇଥିଲା। କିନ୍ତୁ ଏ ସବୁ ସତ୍ତ୍ବେ ପୁଣି ଦୁଇଜଣ ଯୋଦ୍ଧା କରୋନାର ସଂକ୍ରମିତ ହେବା ପରେ ଯେଉଁ କର୍ମଚାରୀମାନେ ଫିଲ୍ଡରେ ଅସୁରକ୍ଷିତ ଭାବରେ କାମ କରୁଛନ୍ତି ସେମାନେ ଭୟଭୀତ ହୋଇ ପଡ଼ିଛନ୍ତି।
କମିସନରେଟ୍ ପୁଲିସରେ ଦୁଇ କନେଷ୍ଟବଳ ସଂକ୍ରମିତ, ଅନ୍ୟ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ
Advertisment
Follow Us