ସ୍କୋର୍ପିଓକୁ ଧକ୍କା ଦେଲା ହାଇୱା: ୨ ମୃତ, ୩ ଗୁରୁତର

ଚାନ୍ଦିପୋଷ ଥାନା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛିl ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି l ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି।

ରାଉରକେଲା: ଚାନ୍ଦିପୋଷ ଥାନା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛିl ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି l ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ମୃତାହତଙ୍କର ପରିଚୟ ମିଳିପାରି ନାହିଁ।

ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ

ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ଚାନ୍ଦିପୋଷ ଥାନା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ଏକ ଦ୍ରୁତଗାମୀ ହାଇୱା ନିୟନ୍ତ୍ରଣ ହରାଇଥିଲା। ସ୍କୋର୍ପିଓ ଉପରେ ଚଢ଼ି ଯାଇଥିଲା। ଫଳରେ ଗାଡ଼ି ଭିତରେ ଥିବା ଲୋକମାନେ ଚାପି ହୋଇଯାଇଥିଲେ। ଏନେଇ ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା

publive-image

ଦ୍ରୁତଗତି ମହାବିପତ୍ତି। ଏହା ନିଜ ପାଇଁ ଯେତିକି କ୍ଷତି କରିଥାଏ, ତାଠାରୁ ପରିବାର ଓ ସମାଜ ପାଇଁ ମଧ୍ୟ ଅଧିକ କଷ୍ଟ ଦେଇଥାଏ। ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ନରଖି ତଥା ଅନିୟନ୍ତ୍ରିତ ଗାଡ଼ି ଚାଳନା ଯୋଗୁଁ ଧନଜୀବନକୁ କ୍ଷତି ପହଞ୍ଚାଉଛି। ପୁଲିସ ଓ ପରିବହନ ବିଭାଗ ଯେତେ ଯାହା ପାଟ୍ରୋଲିଂ କଲେ ବି ଦୁର୍ଘଟଣା କେମିତି ହ୍ରାସ ପାଇବ, ସେନେଇ ସଚେତନ କରିପାରୁ ନାହିଁ। 

ଏହି ଖବର ପଢ଼ନ୍ତୁ: ମଝି ଚିଲିକାରେ ପୁଣି ଫସିଲା ଦେଶୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କର ସହାୟତରେ ଦୀର୍ଘ ସମୟ ପରେ ମୃତାହତଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସେହିପରି ଆହତମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ଦୁର୍ଘଟଣାଗ୍ରସ୍ତ ଜବତ କରି ଏକ ମାମଲା ରୁଜୁ କରିଛି।  

ଏହି ଖବର ପଢ଼ନ୍ତୁ: କେଏଲ ରାହୁଲଙ୍କ ସମର୍ଥନ ପାଇଁ ପହଞ୍ଚିଲେ ଅନ୍ତସତ୍ତ୍ବା ଆଥିୟା ସେଟ୍ଟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe